ରାଜ୍ୟସ୍ତରୀୟ ବିକାଶ ବାହାନକୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୨/୦୬: ରାଜ୍ୟସ୍ତରୀୟ ବିକାଶ ବାହାନକୁ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସରକାରଙ୍କ ବିକାଶ କଥା ନେଇ ପଞ୍ଚାୟତରୁ ପଞ୍ଚାୟତ ବୁଲିବ ବିକାଶ ବାହନ । ସରକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ସହ ସଚେତନତା ସୃଷ୍ଟି କରିବ ଏହି ବିକାଶ ବାହନ । ଓଡ଼ିଶାର ୩୧୪ଟି ବ୍ଲକ, ୧୧୫ଟି ୟୁଏଲବି ଏବଂ ୫ଟି ପୌରନିଗମରେ ବୁଲିବ ସ୍ୱତନ୍ତ୍ର ବ୍ରାଣ୍ଡେଡ୍ ଭ୍ୟାନ୍ । ଅପହଞ୍ଚ ଲୋକଙ୍କ ନିକଟରେ ପହଞ୍ଚି ସୂଚନା ପ୍ରସାରଣ କରିବ ଏବଂ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ଏବଂ କାର୍ଯ୍ୟକ୍ରମ ବିଷୟରେ ଲୋକଙ୍କୁ ସଚେତନ କରାଇବ । ବର୍ଷକ ଭିତରେ ରାଜ୍ୟ ସରକାରଙ୍କ ସଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇବ । ସରକାରଙ୍କ କେତେକ ପ୍ରମୁଖ ସଫଳତା ପଦକ୍ଷେପ ‘ବିକଶିତ ଗାଁ ବିକଶିତ ଓଡିଶା’, ‘ସୁଭଦ୍ରା ଯୋଜନା’, ଅନ୍ତୋଦ୍ୱୟ ଗୃହ ଯୋଜନା’, ଆଦିବାସୀ ଏବଂ ଏସସି କଲ୍ୟାଣ, ଯୁବକମାନଙ୍କ ପାଇଁ ଦକ୍ଷତା ବିକାଶ ଏବଂ ବିଭିନ୍ନ କ୍ରୀଡ଼ାର ପ୍ରୋତ୍ସାହନ, କୃଷି ପାଇଁ ସବସିଡି, ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ନୀତି -୨୦୨୦, ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଯୋଜନା, ଶିଶୁ ବାଟିକା କାର୍ଯ୍ୟକ୍ରମ ନେଇ ଲୋକଙ୍କୁ ଅବଗତ କରାଇବ ବିକାଶ ବାହାନ ।