ପ୍ରତିଶ୍ରୃତି ଦେଇଥିବା ୨୧ଟି କାର୍ଯ୍ୟକ୍ରମ ମଧ୍ୟରୁ ଏକ ବର୍ଷ ଭିତରେ ୧୧ଟି କାର୍ଯ୍ୟକାରୀ କରିଛୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୦୭/୦୬:ସୋନପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁରବାସୀଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଶାର ରାଜନୈତିକ ଓ ସାଂସ୍କୃତିକ ମାନଚିତ୍ରରେ ସୁବର୍ଣ୍ଣପୁର ଅଞ୍ଚଳ ପୁରାତନ କାଳରୁ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଏହି ଜିଲ୍ଲା ହେଉଛି ପ୍ରାଚୀନ ଐତିହ୍ୟ, ଧାର୍ମିକ ଭାବନା, ଆଧ୍ୟାତ୍ମିକ ଚିନ୍ତାଧାରା ଓ ଲୋକସଂସ୍କୃତିର ଗୌରବମୟ ପ୍ରତୀକ।

ଏହା ମଧ୍ୟ କହିଛନ୍ତି ଯେ ଆମ ସରକାର ଯାହା କଥା ଦିଅନ୍ତି, ତାହା କରିକି ଦେଖାନ୍ତି। ଆମେ ପ୍ରତିଶ୍ରୃତି ଦେଇଥିବା ୨୧ଟି କାର୍ଯ୍ୟକ୍ରମ ମଧ୍ୟରୁ ଏକ ବର୍ଷ ଭିତରେ ୧୧ଟି କାର୍ଯ୍ୟକାରୀ କରିଛୁ। ସରକାର ଆସିବାର ୨୪ ଘଣ୍ଟା ମଧ୍ୟରେ କ୍ୟାବିନେଟ ନିଷ୍ପତ୍ତି ନେଇ ଆମେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛୁ। ଚାଷୀମାନଙ୍କୁ ଅସମୟରେ ସାହାଯ୍ୟ କରିବା ପାଇଁ ଅଦିନିଆ ବର୍ଷା କ୍ଷୟ କ୍ଷତିକୁ ଇତିହାସ ସୃଷ୍ଟି କରି ରିଲିଫ୍‍ କୋଡରେ ଅନ୍ତର୍ଭୁକ୍ତ କରିଛୁ। ଆଜି ବିକାଶ ପଥରେ ଓଡ଼ିଶା ଅଗ୍ରସର ହେଉଛି।

ସେ ଆହୁରି କହିଥିଲେ ଯେ, ଆଗାମୀ ଦିନରେ ସୁବର୍ଣ୍ଣପୁର ଜିଲ୍ଲାକୁ ସୁନାରେ ପରିଣତ କରାଯିବ। ଆପଣମାନେ ପ୍ରସ୍ତାବ ଦିଅନ୍ତୁ ମୁଁ ସମସ୍ତ ସହଯୋଗ ଦେବି।ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଯାଇ ଜିଲ୍ଲାରେ ୩୨୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ପ୍ରକଳ୍ପ ମୂଲ୍ୟର ୫୬ଟି ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଉଦ୍‍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ୮୦ କୋଟି ଟଙ୍କା ମୂଲ୍ୟର ୧୧ଟି ପ୍ରକଳ୍ପ ଉଦ୍‍ଘାଟିତ ହୋଇଛି ଏବଂ ୨୪୪ କୋଟି ଟଙ୍କା ମୂଲ୍ୟର ୪୫ ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି ।

Leave a Reply

Your email address will not be published. Required fields are marked *