ଭୁବନେଶ୍ୱର,୧୫/୦୫: ମୁଖ୍ୟମନ୍ତ୍ରୀ ଭିସିରେ ଭାଷଣ ଦେଉଥିବା ସମୟରେ ଟିଭି ବନ୍ଦ କରିଦେବାକୁ ମୁଁ କ୍ଷମା ଦେବିନି । ଭିଡିଓ କନଫରେନ୍ସରେ ମୋ ଭାଷଣ ଆସିଲେ, ଟିଭି ବନ୍ଦ କରିଦେଉଛନ୍ତି । ଲୋକଙ୍କୁ ପଳାଇବାକୁ କହୁଛନ୍ତି । ଏହାପରେ ପରିସ୍ଥିତି କଣ ହେବ ଆପଣମାନେ ଜାଣିଛନ୍ତି । ମୁଁ ଆଦିବାସୀ, ତଳୁ ଆସିଛି, ମୋ ସରଳତା ମୋ ଦୁର୍ବଳତା ନୁହେଁ । ମୁଁ ହାର୍ଡ ନିଷ୍ପତ୍ତି ବି ନେଇପାରେ”, ଏଭଳି କିଛି କଥା କହିବା ସହିତ ବିଡିଓଙ୍କୁ ତାଗିଦ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।ସେ କହିଛନ୍ତି ଯେ, ମୁଁ ସରପଞ୍ଚରୁ ମୁଖ୍ୟମନ୍ତ୍ରୀ ହୋଇଛି । ଆଦିବାସୀ ବର୍ଗରୁ ପ୍ରତିନିଧିତ୍ଵ କରୁଛି । କିନ୍ତୁ ମୁଁ ବହୁତ ବଡ଼ ନିଷ୍ପତ୍ତି ନେଇପାରେ । ମୋ ପାଖରେ ସବୁ ରିପୋର୍ଟ ରହିଛି । ସେ କାଳ ପଖାଳ ଆଉ ନାହିଁ । ନୂଆ ସରକାରଙ୍କ ଆଭିମୁଖ୍ୟକୁ ନେଇ କାମ କରିବାକୁ ପଡ଼ିବ । ଯିଏ କାମ ନ କରିବ କ୍ଷମା ନାହିଁ ।