ଭୁବନେଶ୍ୱର,୨୩/୦୨: ଓଡ଼ିଶା କ୍ରିକେଟ୍ ସଂଘର ସ୍ୱତନ୍ତ୍ର ପରିଷଦ ବୈଠକ(ଏସ୍ଜିଏମ୍) ରବିବାର ଓସିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଏହି ବୈଠକର ସର୍ବସମ୍ମତି କ୍ରମେ ଓସିଏ ସଂପାଦକ ସଞ୍ଜୟ ବେହେରା, ଆପେକ୍ସ କାଉନସିଲ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ସମେତ ଏକ ପ୍ରତିନିଧି ମଣ୍ଡଳୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭୁବନେଶ୍ୱରର କାର୍ଯ୍ୟାଳୟରେ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ସାକ୍ଷାତ ସମୟରେ ଗତବର୍ଷ ଡିସେମ୍ବର ୯ତାରିଖ ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ଟ୍ୱେଣ୍ଟି-୨୦ କ୍ରିକେଟ୍ ମ୍ୟାଚ୍ର ସଫଳ ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଅକୁଣ୍ଠ ସହାୟତା ପ୍ରଦାନ କରିଥିବାରୁ ଓସିଏ କର୍ମକର୍ତ୍ତା, ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିବା ସହିତ ଆନ୍ତରିକ କୃତଜ୍ଞତା ଅର୍ପଣ କରିଥିଲେ ।ଏହି ମ୍ୟାଚ୍ ପକ୍ଷରୁ ମୁଖ୍ୟମନ୍ତ୍ରୀ ନିଜେ ମ୍ୟାଚ୍ର ପ୍ରସ୍ତୁତି ବୈଠକ ଆୟୋଜନ କରିଥିବାରୁ ଓସିଏ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଜ୍ଞାପନ କରାଯାଇଥିଲା ।