ନୂଆଦିଲ୍ଲୀ,୧୧/୦୫: ଭାରତ ସହ ଫୋନରେ କଥା ହେଲା ଚୀନ୍ । ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲଙ୍କ ସହ କଥା ହୋଇଛନ୍ତି ଚୀନ ବିଦେଶ ମନ୍ତ୍ରୀ ୱାଙ୍ଗ ୱି । ଟେଲିଫୋନ୍ ଯୋଗେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । କାଶ୍ମୀର ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ୨୬ ନିରୀହ ଲୋକଙ୍କ ଜୀବନ ଯିବା ପରେ ଭାରତ ଏହାର ପାଲଟା ଆକ୍ରମଣ ଦେବାକୁ ବାଧ୍ୟ ହୋଇଛି । କିନ୍ତୁ ଭାରତ ଯୁଦ୍ଧ ଚାହେଁ ନାହିଁ ବୋଲି ଡୋଭାଲ କହିଛନ୍ତି । ଦୁଇ ଦେଶ ଯୁଦ୍ଧ ବିରତି ମାନିବା ଉଚିତ୍ ବୋଲି ଅଜିତ୍ ଡୋଭାଲ୍ କହିଛନ୍ତି ।