୨୦୨୭ ଜନଗଣନା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି,ପଚରାଯିବ ୩୩ଟି ପ୍ରଶ୍ନ

ଭୁବନେଶ୍ୱର, ୨୩/୦୧: ୨୦୨୭ ଜନଗଣନା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି।  କେନ୍ଦ୍ର ଗୃହ ମନ୍ତ୍ରାଳୟ ଦ୍ବାରା ଏହି ବିଜ୍ଞପ୍ତି ଜାରି କରାଯାଇଛି। ଘର, ପରିବାର ସଦସ୍ୟ, ଗାଡ଼ି, ଆସବାବ ପତ୍ର ଭଳି ମୋଟ୍ ୩୩ଟି ପ୍ରଶ୍ନ ପଚରାଯିବା ନେଇ ବିଜ୍ଞପ୍ତିରେ କୁହାଯାଇଛି। ଚଳିତ ବର୍ଷ ଏପ୍ରିଲରୁ ସେପ୍ଟେମ୍ବର ପ୍ରଥମ ପର୍ଯ୍ୟାୟ ଗଣନା ହେବ। ଏଥିରେ ବାସଗୃହ ତାଲିକାଭୁକ୍ତ ହେବ ଏବଂ ପ୍ରତି ଘର ବିଷୟରେ ତଥ୍ୟ ସଂଗ୍ରହ କରାଯିବ। ପରେ ଫେବ୍ରୁଆରି ୨୦୨୭ରୁ ଦ୍ବିତୀୟ ପର୍ଯ୍ୟାୟ ଗଣନା କରାଯିବ।

୧. ବିଲ୍ଡିଂ ନମ୍ବର (ପୌରପାଳିକା କିମ୍ବା ସ୍ଥାନୀୟ କର୍ତ୍ତୃପକ୍ଷ କିମ୍ବା ଜନଗଣନା ନମ୍ବର)
୨. ଜନଗଣନା ଘର ନମ୍ବର
୩. ଜନଗଣନା ଘରର ଚଟାଣ ପାଇଁ ବ୍ୟବହୃତ ମୁଖ୍ୟ ସାମଗ୍ରୀ
୪. ଜନଗଣନା ଘରର କାନ୍ଥ ପାଇଁ ବ୍ୟବହୃତ ମୁଖ୍ୟ ସାମଗ୍ରୀ
୫. ଜନଗଣନା ଘରର ଛାତ ପାଇଁ ବ୍ୟବହୃତ ମୁଖ୍ୟ ସାମଗ୍ରୀ
୬. ଜନଗଣନା ଘରର ବ୍ୟବହାର ଉଦ୍ଦେଶ୍ୟ
୭. ଜନଗଣନା ଘରର ଅବସ୍ଥା
୮. ପରିବାର (Household) ନମ୍ବର
୯. ପରିବାରରେ ରହୁଥିବା ମୋଟ ବ୍ୟକ୍ତିଙ୍କ ସଂଖ୍ୟା
୧୦. ପରିବାର ମୁଖ୍ୟଙ୍କ ନାମ
୧୧. ପରିବାର ମୁଖ୍ୟଙ୍କ ଲିଙ୍ଗ
୧୨. ପରିବାର ମୁଖ୍ୟ ଅନୁସୂଚିତ ଜାତି/ଅନୁସୂଚିତ ଜନଜାତି/ଅନ୍ୟାନ୍ୟ ବର୍ଗର କି?
୧୩. ଜନଗଣନା ଘରର ମାଲିକାନା ସ୍ଥିତି
୧୪. ପରିବାର ପାଖରେ ଥିବା କକ୍ଷ ସଂଖ୍ୟା
୧୫. ପରିବାରରେ ରହୁଥିବା ବିବାହିତ ଦମ୍ପତିଙ୍କ ସଂଖ୍ୟା
୧୬. ପାନୀୟ ଜଳର ମୁଖ୍ୟ ଉତ୍ସ
୧୭. ପାନୀୟ ଜଳ ଉତ୍ସର ଉପଲବ୍ଧତା
୧୮. ଆଲୋକର ମୁଖ୍ୟ ଉତ୍ସ
୧୯. ଶୌଚାଳୟର ସୁବିଧା
୨୦. ଶୌଚାଳୟର ପ୍ରକାର
୨୧. ଅପରିଷ୍କାର ଜଳ ନିଷ୍କାସନ ପଥ
୨୨. ସ୍ନାନ ସୁବିଧାର ଉପଲବ୍ଧତା
୨୩. ରୋଷେଇ ଘର ଏବଂ LPG/PNG ସଂଯୋଗର ଉପଲବ୍ଧତା
୨୪. ରୋଷେଇ ପାଇଁ ବ୍ୟବହୃତ ମୁଖ୍ୟ ଜାଳେଣି
୨୫. ରେଡିଓ/ଟ୍ରାଞ୍ଜିଷ୍ଟର
୨୬. ଟେଲିଭିଜନ
୨୭. ଇଣ୍ଟରନେଟ୍ ସୁବିଧା
୨୮. ଲ୍ୟାପଟପ୍/କମ୍ପ୍ୟୁଟର
୨୯. ଟେଲିଫୋନ୍/ମୋବାଇଲ୍ ଫୋନ୍/ସ୍ମାର୍ଟଫୋନ୍
୩୦. ସାଇକେଲ୍/ସ୍କୁଟର/ମୋଟରସାଇକେଲ୍/ମୋପେଡ୍
୩୧. କାର୍/ଜିପ୍/ଭ୍ୟାନ୍
୩୨. ପରିବାରରେ ବ୍ୟବହୃତ ମୁଖ୍ୟ ଖାଦ୍ୟ ଶସ୍ୟ
୩୩. ମୋବାଇଲ୍ ନମ୍ବର (କେବଳ ଜନଗଣନା ସମ୍ବନ୍ଧୀୟ ଯୋଗାଯୋଗ ପାଇଁ)