ଭୁବନେଶ୍ୱର, ୨୪/୦୬: ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ। ଭିଜିଲାନ୍ସ ଜାଲରେ ବିଷମକଟକ ସିଡିପିଓ ଓ କିରାଣୀ । ରାୟଗଡା ଜିଲ୍ଲା ବିଷମ କଟକ ସିଡିପିଓ ଶୁଶୀଳା ଶବର ଓ କିରାଣୀ ରାମଚନ୍ଦ୍ର ପାତ୍ର ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି । ଉଭୟଙ୍କୁ ଗିରଫ କରିଛି ଭିଜିଲାନ୍ସ ବିଭାଗ । ଚାଟିକଣା ପଞ୍ଚାୟତ ହୁତେଶି ଗ୍ରାମର ଅଙ୍ଗନୱାଡି କର୍ମୀ ଶୀତା ୱାଡେକାଙ୍କ ଠାରୁ ଉଭୟ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ।ଦୁଇ ଅଧିକାରୀ ଅଙ୍ଗନବାଡି କର୍ମୀ ଚୟନ ପାଇଁ ଲାଞ୍ଚ ନେଉଥିଲେ । ଉଭୟଙ୍କୁ ରାୟଗଡା ଭିଜିଲାନ୍ସ କାର୍ଯ୍ୟାଳୟରେ ଜେରା ଚାଲିଛି ।