ପ୍ରକାଶ ପାଇଲା ସିବିଏସ୍‌ଇ ପରୀକ୍ଷା ଫଳ, ପାସ୍‌ହାର ରହିଛି ୮୮.୩୯ ପ୍ରତିଶତ

ଭୁବନେଶ୍ୱର,୧୩/୦୫: : ପ୍ରକାଶ ପାଇଲା ସିବିଏସ୍‌ଇ ପରୀକ୍ଷା ଫଳ । ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ପାସ୍‌ହାର ୮୮.୩୯ ପ୍ରତିଶତ ରହିଛି । ପୂର୍ବ ବର୍ଷ ଅପେକ୍ଷା ଏଥର ପାସ୍‌ହାର ବୃଦ୍ଧି ପାଇଛି । ୨୦୨୪ରେ ପାସ୍‌ହାର ୮୭.୯୮ ପ୍ରତିଶତ ରହିଥିଲା । ଛାତ୍ରଛାତ୍ରୀ cbsc.gov.in କିମ୍ବା results.cbse.nic.in ଭିଜିଟ୍‌ କରି ରେଜଲ୍ଟ ଦେଖିପାରିବେ । ଭୁବନେଶ୍ୱରରେ ସିବିଏସ୍‌ସି ଦ୍ୱାଦଶ ପାସ୍‌ହାର ୮୩.୬୭ ପ୍ରତିଶତ ରହିଛି । ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍‌ହାର ଅଧିକ ରହିଛି । ଏଥର ୧୭ ଲକ୍ଷ ୧୮ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଆଉ କିଛି ସମୟ ପରେ ସିବିଏସ୍‌ସିର ଦଶମ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇପାରେ । ଫେବ୍ରୁଆରି ୧୫ ତାରିଖରୁ ଏପ୍ରିଲ ୪ ତାରିଖ ଯାଏଁ ପରୀକ୍ଷା ଚାଲିଥିଲା । ମାର୍ଚ୍ଚ ୧୮ ତାରିଖରେ ଦଶମ ଶ୍ରେଣୀ ପରୀକ୍ଷା ଶେଷ ହୋଇଥିଲା ।

 

Leave a Reply

Your email address will not be published. Required fields are marked *