ଭୁବନେଶ୍ୱର,୦୫/୦୩: ଆଜି ପଶ୍ଚିମବଙ୍ଗରେ ରାଜ୍ୟପାଳ ସିିବି ଆନନ୍ଦ ବୋଷ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ଇସ୍ତଫାର କାରଣ ସ୍ପଷ୍ଟ ହୋଇନାହିଁ । ଇସ୍ତଫା ଦେବା ପରେ ସେ ତୁରନ୍ତ ଦିଲ୍ଲୀ ଯାଇଛନ୍ତି । ସିବି ଆନନ୍ଦ ବୋଷ ୩.୫ ବର୍ଷ ହେବ ପଶ୍ଚିମବଙ୍ଗର ରାଜ୍ୟପାଳ ଥିଲେ । ଇସ୍ତଫା ଦେବା ପରେ ସେ ଜାତୀୟ ଗଣମାଧ୍ୟମକୁ କହିଛନ୍ତି କି, ରାଜଭବନରେ ସେ ପର୍ଯ୍ୟାପ୍ତ ସମୟ ବିତାଇ ସାରିଛନ୍ତି । ସିବି ଆନନ୍ଦ ବୋଷ ନଭେମ୍ବର ୧୭ ୨୦୨୨ ମସିହାରେ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିଲେ । ତାଙ୍କ ପୂର୍ବରୁ ମଣିପୁରର ତକ୍ରାଳୀନ ରାଜ୍ୟପାଳ ଲା ଗଣେଶନ ଅତିରିକ୍ତ ଭାବେ ପଶ୍ଚିମବଙ୍ଗ ରାଜ୍ୟପାଳ ଦାୟିତ୍ୱ ତୁଲାଇଥିଲେ । ସିବି ଆନନ୍ଦ ବୋଷ ୧୯୭୭ ବ୍ୟାଚର ଆଇଏଏସ ଅଫିସର ଥିଲେ । ସେ ଜଣେ ଲେଖକ ମଧ୍ୟ ।