ଭୁବନେଶ୍ୱର,୨୩/୦୫: ଆଉ ଦିନ କେଇଟା ଗଲେ ପୁରୀରେ ବିଶ୍ୱନୟନ୍ତାଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥ ଖଳା । ପରମ୍ପରା ମୁତାବକ ଶୀତଳ ଷଷ୍ଠୀରେ ତିନୋଟି ରଥର ୨୧ଟି ଅଖରେ ୪୨ ଟି ଚକ ଡେରା ହେବ । ଏଥିପାଇଁ ସମସ୍ତ ଚକର କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି । ସେପଟେ ସ୍ନାନ ପୂଣ୍ଣିମା ଦିନ ତିନି ରଥର ଚାରି ନାହାକ ଡେରା ପରମ୍ପରା ରହିଥିବାରୁ ଜୋର ସୋରରେ ଆଗେଇ ଚାଲିଛି ରଥକାର୍ଯ୍ୟ । ଚଉତା, ବିରାଡ଼ି ଓ ମୁହାଁଟର ଚଉପଟ କାର୍ଯ୍ୟ ମଧ୍ୟ ଜାରି ରହିଛି । ବିଶ୍ବକର୍ମା ସେବାୟତ ମାନେ ଖରା ବର୍ଷାକୁ ଖାତିର ନକରି କାମ ଜାରି ରଖିଛନ୍ତି । ଅକ୍ଷୟ ତୃତୀୟା ଠାରୁ ରଥକାଠ ଅନୁକୁଳ ପରେ ଚନ୍ଦନ ଯାତ୍ରାର ଭଉଁରୀ ଦିନ ଅଖ ଚକ ଡେରା ହୋଇଥିଲା । ପରମ୍ପରା ମୁତାବକ ଶୀତଳ ଷଷ୍ଠୀରେ ନନ୍ଦିଘୋଷ ରଥର ୧୬ ଚକ, ଦର୍ପଦଳନର ୧୨ଟି ଚକ ଓ ତାଳଧ୍ବଜ ରଥର ୧୪ଚକ ଡେରା ହେବ । ଏଥିପାଇଁ ଜୋରସୋରରେ ଆଗେଇ ଚାଲିଛି କାମ ।