କ୍ୟାବିନେଟ୍‌ର ବୈଠକରେ ୧୫ଟି ପ୍ରସ୍ତାବ ଉପରେ ବାଜିଲା ମୋହର

ଭୁବନେଶ୍ବର,୧୦/୧୦: ରାଜ୍ୟ କ୍ୟାବିନେଟ୍‌ର  ବୈଠକରେ ଆଜି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ୧୫ଟି ପ୍ରସ୍ତାବ ଉପରେ ମୋହର ବାଜିଛି।  କ୍ୟାବିନେଟ ବୈଠକରେ ମୋଟ ୧୦ଟି ବିଭିନ୍ନ ବିଭାଗର ୧୫ଟି ପ୍ରସ୍ତାବ ଆଗତ ପୂର୍ବକ ଆଲୋଚନା କରାଯାଇ ଅନୁମୋଦନ କରାଯାଇଥିଲା ।ଓଡ଼ିଶା କର୍ମଚାରୀ ରାଜ୍ୟ ବୀମା ଯୋଜନା ପରୀକ୍ଷାଗାର ଟେକ୍ନିସିଆନ୍‌ ସେମା ନିୟମ-୨୦୨୫କୁ କ୍ୟାବିନେଟ୍‌ରେ ମଂଜୁରୀ।