ନୂଆଦିଲ୍ଲୀ,୩/୦୯: କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା । ଏଣିକି ୨୦୨୪ ଡିସେମ୍ବର ୩୧ ସୁଦ୍ଧା ଧାର୍ମିକ ଉତ୍ପୀଡ଼ନର ଶିକାର ହୋଇ ଭାରତ ଚାଲି ଆସିଥିବା ଅଣ ମୁସଲିମଙ୍କୁ ଦେଶ ଛାଡ଼ିବାର କୌଣସି ଆବଶ୍ୟକତା ନାହିଁ । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି , ଆଫଗାନିସ୍ତାନ, ବାଂଲାଦେଶ ଓ ପାକିସ୍ତାନରୁ ଧାର୍ମିକ ଉତ୍ପୀଡ଼ନ ଶିକାର ହୋଇ ଭାରତ ଚାଲି ଆସିଥିବା ହିନ୍ଦୁ, ଶିଖ୍, ବୌଦ୍ଧଧର୍ମାବଲମ୍ବୀ, ଜୈନ, ପାର୍ସି ଓ ଖ୍ରୀଷ୍ଟିୟାନ ସଂପ୍ରଦାୟର ଲୋକମାନେ ରହିପାରିବେ । ସେମାନଙ୍କ ପାଖରେ ପାସପୋର୍ଟ କିମ୍ବା କୌଣସି ବୈଧ ଯାତ୍ରା ଦସ୍ତାବିଜ ନଥିଲେ ମଧ୍ୟ ସେମାନେ ଭାରତରେ ରହିପାରିବେ ବୋଲି ମନ୍ତ୍ରଣାଳୟ କହିଛି ।ଗତବର୍ଷ ଦେଶରେ ଲାଗୁ ହୋଇଥିବା ସିଏଏରେ କୁହାଯାଇଥିଲା ୨୦୧୪ ମସିହା ଡିସେମ୍ବର ୩୧ ସୁଦ୍ଧା ଧାର୍ମିକ ଉତ୍ପୀଡ଼ନର ଶିକାର ହୋଇଥିବା ଭାରତ ଚାଲି ଆସିଥିବା ସଂଖ୍ୟାଲଘୁମାନଙ୍କୁ ହିଁ ଦେଶର ନାଗରିକତା ମିଳିବ । ଏବେ ଏହି ସମୟସୀମାକୁ ୨୦୨୪ ଡିସେମ୍ବର ୩୧ ଯାଏ ବୃଦ୍ଧି କରିଦିଆଯାଇଛି ।