ଦେହରେ ନିଆଁ ଲଗେଇ ଯୁବକଙ୍କ ଆତ୍ମାହୁତି ଉଦ୍ୟମ, ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର,୧୧/୦୯: ଦେହରେ ନିଆଁ ଲଗେଇ ଯୁବକଙ୍କ ଆତ୍ମାହୁତି ଉଦ୍ୟମ। ବ୍ରହ୍ମପୁର ବଡ଼ବଜାର ଥାନା ମେଣ୍ଟୁ ଛକରେ ଘଟିଛି ଅଭାବନୀୟ ଘଟଣା। ଯୁବକ ଜଣକ ପେଟ୍ରୋଲ ଢାଳି ନିଜ ଦେହରେ ନିଆଁ ଲଗେଇ ଦେଇଛନ୍ତି । ଯୁବକ ଜଣକ ବଡ଼ ବଜାର ଥାନା ଅନ୍ତର୍ଗତ ପୁରୁଣାବ୍ରହ୍ମପୁର ରାଧାକୃଷ୍ଣ ସାହିର ସୂରଜ ସାହୁ ବୋଲି ଜଣାପଡ଼ିଛି। ଆତ୍ମହତ୍ୟା ଉଦ୍ୟମର ପଛର କାରଣ ଜଣାପଡିନି। ତେବେ ପରିବାର ଲୋକଙ୍କ କୌଣସି କଥାରେ ଉତକ୍ଷିପ୍ତ ହୋଇ ସେ ଏଭଳି ଚରମ ନିଷ୍ପତ୍ତି ନେଇଥିବା କୁହାଯାଉଛି। ସୂରଜଙ୍କୁ ସ୍ଥାନୀୟ ଅଞ୍ଚଳର ଲୋକ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଏମକେସିଜି ମେଡିକାଲକୁ ନେଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ SCBକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ଗତକାଲି ସୂରଜ ସୋସିଆଲ ମିଡିଆରେ ଏକ ଦୁଃଖଭରା ପୋଷ୍ଟ କରିଥିଲେ । ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି ବୋଲି ଲେଖିଥିଲେ ।