ଭୁବନେଶ୍ୱର,୦୬/୦୨: ପୁରୀ କୋର୍ଟକୁ ବୋମାରେ ଉଡାଇଦେବାକୁ ପୁଣି ଧମକ ଆସିଛି। ପୁରୀ କୋର୍ଟ ଜିଲ୍ଲା ଜଜଙ୍କୁ ମେଲରେ ଏହି ଚେତାବନୀ ଆସିଛି । ଏନେଇ ଜଣାପଡିବା ପରେ ପୁରୀ ଏସପି ପ୍ରତୀକ ସିଂ, ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚି ଯାଞ୍ଚ କରୁଛନ୍ତି । ଏକକାଳୀନ ତିନି ଜିଲ୍ଲା କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଆସିଛି ଇ-ମେଲ । କଟକ ଜିଲ୍ଲା ଜଜ କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଫୁଲବାଣୀ କୋର୍ଟର କର୍ମଚାରୀ ମାଜିଷ୍ଟ୍ରେଟ ଓ ଓକିଲଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ପୁରୀରେ ସନ୍ଧାନୀ କୁକୁର ଓ ବୋମା ନିଷ୍କ୍ରିୟକାରୀ ଟିମ୍ର ତଲାସୀ ଜାରି । ତିନି କୋର୍ଟ ପରିସରରେ ବୋମାଥିବା ନେଇ ଆସିଥିଲା ମେଲ୍ ।ଉଲ୍ଲେଖ ଥାଉ କି ଗତ ଜାନୁୟାରୀ ମାସରେ ମଧ୍ୟ ଏଭଳି ବୋମା ବିସ୍ଫୋରଣ କରିବାର ଧମକ ମିଳିଥିଲା । ସେହିପରି ଜାନୁୟାରୀ ୮ ତାରିଖରେ ଓଡ଼ିଶାର ତିନି କୋର୍ଟକୁ ଆସିଥିଲା ବୋମା ଧମକ । ବୋମାରେ ଉଡ଼ାଇଦେବାକୁ ସମ୍ବଲପୁର ଓ କଟକ ଦେବଗଡ଼ ଜିଲ୍ଲା କୋର୍ଟକୁ ଧମକ ଆସିଥିଲା ।