ବୋମା ଧମକ ପରେ ବଢ଼ିଲା ହାଇକୋର୍ଟ ସୁରକ୍ଷା

ଭୁବନେଶ୍ୱର,୦୯/୦୧: କୋର୍ଟକୁ ବୋମା ଧମକ ପରେ କୋର୍ଟ ପରିସରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା। ଅଧିକ ସାଢ଼େ ୩ପ୍ଲାଟୁନ ସଶସ୍ତ୍ର ବାହିନୀ ମୁତୟନ କରାଯାଇଛି । ଉଭୟ ହାଇକୋର୍ଟ ଏବଂ ଜିଲ୍ଲା ଜଜ୍‌ କୋର୍ଟରେ ଲାଗିଲା ଅଧିକ ମେଟାଲ ଡିଟେକ୍ଟର ।  ବ୍ୟାଗ୍‌ ନେଇ କୋର୍ଟକୁ ଯିବା ଉପରେ ମଧ୍ୟ କଟକଣା ଜାରି କରାଯାଇଛି । ଭିତରେ ବ୍ୟାଗ୍‌ ଯାଞ୍ଚ କରିବା ପାଇଁ ଲାଗିଛି ଲଗେଜ୍‌ ସ୍କାନର । ସେପଟଏ ଜିଲ୍ଲା ଜଜକୋର୍ଟରେ ସୁରକ୍ଷା ବଳ ସହ ଦୁଇ ଦୁଇଟି ମେଟାଲ ଡିଟେକ୍ଟର ଲଗାଯାଇଛି । କୋର୍ଟ ପରିସରରେ ଏବଂ ବାହାରେ ପୁଲିସର ବରିଷ୍ଠ ଅଧିକାରୀ ଯାଞ୍ଚ କରୁଛନ୍ତି । ତଥାପି ଏତିକି ସୁରକ୍ଷା ଯଥେଷ୍ଠ ନୁହେଁ ବୋଲି ହାଇକୋର୍ଟ ବାର୍ ସମ୍ପାଦକ ଏବଂ ବରିଷ୍ଠ ଆଇନଜୀବୀମାନେ ମତ ଦେଇଛନ୍ତି ।