ବଲିଉଡ ଅଭିନେତା ଗୋବିନ୍ଦା ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ,୧୨/୧୧: ବଲିଉଡ ଅଭିନେତା ଗୋବିନ୍ଦା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଘରେ ଅଚେତ ହୋଇ ପଡ଼ିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୬୧ ବର୍ଷୀୟ ଅଭିନେତା ଗତକାଲି ରାତିରେ ଘରେ ଅସୁସ୍ଥତା ଯୋଗୁଁ ଅଚେତ ହୋଇଯାଇଥିଲେ । ଡାକ୍ତରଙ୍କ ପରାମର୍ଶ ପରେ ଔଷଧ ଦିଆଯାଇଥିଲା ଏବଂ ପରେ ହସ୍ପିଟାଲକୁ ନିଆଯାଇଥିଲା । ଏନେଇ ତାଙ୍କର ବନ୍ଧୁ ତଥା ଆଇନଜୀବୀ ଲଳିତ ବିନ୍ଦଲ ଏନେଇ ସୂଚନା ଦେଇଛନ୍ତି । ସେ ବିଭିନ୍ନ ପରୀକ୍ଷା କରାଇଛନ୍ତି ଏବଂ ଏବେ ରିପୋର୍ଟର ଆସିବା ପରେ ବାସ୍ତବରେ କ’ଣ ହୋଇଛି ସେନେଇ ସ୍ପଷ୍ଟ ସୂଚନା ମିଳିପାରିବ ।