ଭୁବନେଶ୍ୱର,୧୧/୧୧: ଆଜି ପାକିସ୍ତାନରେ ଇସଲାମାବାଦ ହାଇକୋର୍ଟ ବାହାରେ ଦ୍ୱି-ପହର ସମୟରେ ବଡ଼ ଧରଣର ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ବର୍ତ୍ତମାନ ସୁଦ୍ଧା ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ତେବେ ଏହି ବିସ୍ଫୋରଣ ଇସାଲାମାବାଦ କୋର୍ଟ ପରିସରରେ ଥିବା ପାର୍କିଂରେ ହୋଇଛି । ପାର୍କିଂରେ ରହିଥିବା ଏକ କାରରେ ବିସ୍ଫୋରଣ ଘଟିଛି, ଯାହାକି ବଡ଼ ଭୟଙ୍କର ହେବା ସହିତ ଏକାଧିକ ଲୋକଙ୍କ ଜୀବନ ଯାଇଛି । ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହିତ କହିଛନ୍ତି, ଆମେ ଯୁଦ୍ଧ ସ୍ଥିତିରେ ଅଛେ । ଏହି ଆକ୍ରମଣ ପଛରେ ଆଫଗାନିସ୍ତାନ ସହ ଜଡ଼ିତ ଆତଙ୍କବାଦୀଙ୍କ ହାତ ଅଛି ବୋଲି ସେ କହିଛନ୍ତି ।