କଳାକାଚ ଲାଗିଥିବା ସମସ୍ତ ଚାରିଚକିଆ ଗାଡ଼ିକୁ ଅଟକାଇ ଦଣ୍ଡିତ କରିବାକୁ ଟ୍ରାଫିକ୍ ବିଭାଗକୁ ସରକାରଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର,୦୨/୧୨: ବଢ଼ୁଥିବା ଟ୍ରାଫିକ ସମସ୍ୟା, ଗାଡ଼ି ସହାୟାତରେ ହେଉଥିବା ଅପରାଧ ରୋକିବାକୁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି । କିଛି ଚାରିଚକିଆ ଗାଡ଼ିରେ କଳାକାଚ ଲଗାଇ ଅପରାଧ ହେଉଥିବା ଅଭିଯୋଗ ଆସିବା ପରେ ସରକାର ଆକ୍ସନ ମୋଡ଼କୁ ଆସିଛନ୍ତି । ଏନେଇ ସରକାର କଳାକାଚ ଲାଗିଥିବା ସମସ୍ତ ଚାରିଚକିଆ ଗାଡ଼ିକୁ ଅଟକାଇ ଦଣ୍ଡିତ କରିବାକୁ ଟ୍ରାଫିକ୍ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାପରେ ଟ୍ରାଫିକ ତରଫରୁ କାର୍ଯ୍ୟାନୁଷ୍ଠାନ ଜୋରଦାର ହେଉଛି । ଏନେଇ ଗୃହରେ ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ବିଭାଗୀୟ ମନ୍ତ୍ରୀ ବିଭୁତି ଭୂଷଣ ଜେନା କହିଛନ୍ତି କି, ଜାନୁଆନୀ ୨୦୨୪ ରୁ ଅକ୍ଟୋବର ୨୦୨୫ ମଧ୍ୟରେ ୨୧୪ ଟି କଳାକାଚ ଲାଗିଥିବା ଗାଡି ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇ ଇ-ଚାଲାଣ କଟାଯାଇଛି । ସେଥିମଧ୍ୟରୁ ଭୁବନେଶ୍ୱରରେ ୧୬୨ ଟି ଗାଡ଼ି ଅନ୍ତର୍ଭୁକ୍ତ । ୨୦ ଟି ଗାଡ଼ି ମାଲିକଙ୍କ ଠାରୁ ୫ ଶହ ଟଙ୍କା ଲେଖାଏଁ ୧ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଛି । ଅବଶିଷ୍ଟ ୧୯୪ ଟି ଗାଡ଼ି ମାଲିକଙ୍କ ବିରୋଧରେ ପ୍ରଶିକ୍ୟୁସନ ରିପୋର୍ଟ ମାଜିଷ୍ଟ୍ରେଟଙ୍କ ନିକଟରେ ବିଚାର ପାଇଁ ରହିଛି ।