ନୂଆପଡା ଉପନିର୍ବାଚନ: ପ୍ରକାଶ ପାଇଲା ବିଜେପିର ୪୦ ଜଣିଆ ଷ୍ଟାର ପ୍ରଚାର ତାଲିକା

ଭୁବନେଶ୍ୱର,୧୬/୧୦: ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେପିର ୪୦ ଜଣିଆ ଷ୍ଟାର ପ୍ରଚାର ତାଲିକା ଘୋଷଣା ହୋଇଛି । ତାଲିକାରେ ଅଛନ୍ତି ଦୁଇ ମୁଖ୍ୟମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଛତିଶଗଡ଼ CM ବିଷ୍ଣୁଦେବ ସାଏ । ରାଜ୍ୟ ସଭାପତି ମନୋମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱନୀ ବୈଷ୍ଣବ ଓ ଜୁଏଲ ଓରାମ ମଧ୍ୟ ତାଲିକାରେ ସାମିଲ ଅଛନ୍ତି । ତାଲିକାରେ ୩ଜଣ ଅଭିନେତା ଅନୁଭବ ମହାନ୍ତି , ସିନ୍ଧାନ୍ତ ମହାପାତ୍ର ଓ ଆକାଶ ଦାସ ନାୟକ ସାମିଲ ହୋଇଛନ୍ତି । ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ୨ ପ୍ରଭାରି ମଧ୍ୟ ସାମିଲ ହୋଇଛନ୍ତି । ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ, ପ୍ରଭାତୀ ପରିଡ଼ା ଷ୍ଟାର ପ୍ରଚାରକ ସାମିଲ ଅଛନ୍ତି । ସୁରେଶ ପୂଜାରୀ, ପ୍ରତାପ ଷଡ଼ଙ୍ଗୀ, ଜୟନାରାୟଣ ମିଶ୍ର, ବସନ୍ତ ପଣ୍ଡା, ସୁରେଶ ପୂଜାରୀ, ପ୍ରତାପ ଷଡ଼ଙ୍ଗୀ, ଜୟନାରାୟଣ ମିଶ୍ର, ବସନ୍ତ ପଣ୍ଡା ସାମିଲ ହୋଇଛନ୍ତି ।