ରାଜଧାନୀରେ ବିଜେଡିର ଚାଷୀ ସୁରକ୍ଷା ସମାବେଶ, ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଏପରି କହିଲେ ନବୀନ

ଭୁବନେଶ୍ବର୨୪/୦୨: ରାଜଧାନୀରେ ବିଜେଡିର ଚାଷୀ ସୁରକ୍ଷା ସମାବେଶ। ଏଥିରେ ଉଦବୋଧନ ଦେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଛନ୍ତି, ଖୁବ ଶୀଘ୍ର ଓଡ଼ିଶାରେ ବିଜେପି ସରକାର ଦୁଇ ବର୍ଷ ପୂରଣ କରିବ। ଏ ସରକାର ନା ଠିକ ନିଷ୍ପତ୍ତି ନେଇ ପାରୁଛନ୍ତି, ନା କାର୍ଯ୍ୟକାରୀ କରି ପାରୁଛନ୍ତି। ନିର୍ବାଚନ ବେଳେ ବହୁତ ବଡ଼ ବଡ଼ କଥା କହୁଥିଲେ। ଲମ୍ବା ଲମ୍ବା ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ କିଛି ମିଳିଲାନି। ବିଜେଡି ସରକାର ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ବଜେଟ କରିଥିଲା। କାଳିଆ ଯୋଜନା କରିଥିଲା। ଋଣ ସୁବିଧା କରିଥିଲା। ଜଳସେଚନ ସୁବିଧା କରିଥିଲା। କିନ୍ତୁ ଏ ଡବଲ ଇଞ୍ଜିନ୍ ସରକାର କରିଛି କଣ? ଚାଷୀକୁ ସାର ମିଳିଲାନି। ଧାନ ବି ସରକାର କିଣୁନି। କଟନୀ ଛଟନୀ ବଢ଼ି ଚାଲିଛି। ଚାଷୀ ଠିକ ସମୟରେ ପଇସା ପାଉନି। ଅଭିଯୋଗ କଲେ ଚାଷୀ ମିଛ କହୁଛି ବୋଲି ସରକାର କହୁଛନ୍ତି। ଚାଷୀଙ୍କ ସମସ୍ୟା ନେଇ ସରକାରଙ୍କୁ ମୁଁ ଚିଠି ଲେଖିଥିଲି। ନିର୍ବାଚନ ପ୍ରତିଶ୍ରୁତିକୁ ଆନ୍ତରିକତା ସହ ପାଳନ କରିବାକୁ ଅନୁରୋଧ କରିଥିଲି। ପ୍ରସ୍ତାବ ଦେଇଥିଲି। ଦୁଃଖର କଥା ୧୫ ଦିନ ବିତିଗଲା, କିନ୍ତୁ କିଛି ହେଲାନି। ପ୍ରଚାରରେ ଶହ ଶହ କୋଟି ଖର୍ଚ୍ଚ ହେଉଛି, କିନ୍ତୁ ଚାଷୀଙ୍କ ପାଇଁ ନାହିଁ? ଗତ ଆଠ ଦିନ ହେଲା ଚାଷୀଙ୍କ ସମସ୍ୟା ପାଇଁ ବିଜେଡି ବିଧାନସଭାରେ ଲଢୁଛି.କିନ୍ତୁ ଏ ସରକାରର ଚାଷୀ ପ୍ରତି ଖାତିର ହିଁ ନାହିଁ।

Leave a Reply

Your email address will not be published. Required fields are marked *