ଭୁବନେଶ୍ୱର,୨୨/୦୧: ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜୁ ଜନତା ଦଳର ୬ଷ୍ଠତମ ରାଜନୈତିକ ବ୍ୟାପାର କମିଟି ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ୬ ଟି ଗୁରୁତ୍ବପୁର୍ଣ ନିଷ୍ପତି ନିଆଯାଇଛି। ଓଡ଼ିଶାର ଚାଷୀ ଡବଲ ଇଞ୍ଜିନ ସରକାର ଦ୍ବାରା ନିଷ୍ପେସିତ ହୋଇ ରହିଛନ୍ତି। ଓଡ଼ିଶା ଚାଷୀଙ୍କୁ ପ୍ରତାରଣା ଦେଇଛନ୍ତି ସରକାର। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଯାଇଥିବା ବେଳେ ମହିଳାମାନେ ନିର୍ଯାତିତ ହେଉଛନ୍ତି। ସୁଭଦ୍ରା ନାଁ ରେ ମହିଳାଙ୍କୁ ପ୍ରତାରଣା କରାଯାଇଛି। ଚାକିରି ନାଁରେ ଯୁବକଙ୍କୁ ପ୍ରତାରଣା, ମିଶନ ଶକ୍ତି ମହିଳାଙ୍କୁ ପ୍ରତାରଣା। ନିଯୁକ୍ତିକୁ ନେଇ ଗଫଲାତି, ପ୍ରଦୂଷଣ ରୋକିବା ନାଁରେ ଫାଇନ୍। ଇଲେକ୍ଟ୍ର ବିଲ ନାଁରେ ଜିଜିଆ କର ଆଦାୟ କରୁଛି ସରକାର।ଏହା ସହ ମହାନଦୀ ସୁରକ୍ଷା ପ୍ରସଙ୍ଗ।ଏ ସବୁ ପ୍ରସଙ୍ଗ ନେଇ ବିଜୁ ଜନତା ଦଳ ରାଜରାସ୍ତାକୁ ଓହ୍ଲାଇବ। ୨ ଦିନ ଭିତରେ ବିଜୁ ଜନତା ଦଳ ଆନ୍ଦୋଳନ ନେଇ ଘୋଷଣା କରିବ।ଯୁବ ,ମହିଳା , ଛାତ୍ର, ଜିଲ୍ଲା ସଂଗଠନ ଏକାଠି ହେବେ ସରକାରଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିବେ।
