ବିଜେଡିର ବରିଷ୍ଠ ନେତାଙ୍କୁ ବିଭିନ୍ନ ଶାଖାର ଦାୟିତ୍ୱ, ଜାଣନ୍ତୁ କାହାକୁ ମିଳିଲା କଣ?

ଭୁବନେଶ୍ୱର,୦୫/୦୫: ବିଜେଡିର ବରିଷ୍ଠ ନେତାଙ୍କୁ ବିଭିନ୍ନ ଶାଖାର ଦାୟିତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହିକ୍ରମରେ ବିଜୁ କୃଷକ ଜନତା ଦଳର ଦାୟିତ୍ୱ ଦଳର ବରିଷ୍ଠ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଦିଆଯାଇଛି । ସେହିପରି ବିଜେଡି ଆଞ୍ଚଳିକ ଉନ୍ନୟନ ସେଲରେ ଅନଙ୍ଗ ଉଦୟ ସିଂଦେଓଙ୍କୁ ଦାୟିତ୍ୱ ଦିଆଯାଇଛି । ଅନ୍ୟପଟେ ବିଜେଡି କୋ-ଅପରେଟିଭ୍ ସେଲର ଦାୟିତ୍ୱ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଶିକ୍ଷା ଓ ଶିକ୍ଷକ ସେଲର ଦାୟିତ୍ୱ ବଦ୍ରି ନାରାୟଣ ପାତ୍ର, ଫିସରମ୍ୟାନ୍ ସେଲର ଦାୟିତ୍ୱ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଆଦିବାସୀ ସେଲର ଦାୟିତ୍ୱ ମଙ୍ଗଳା କିଷାନଙ୍କୁ, ବିଜେଡି ସିନିୟର ସିଟିଜେନ୍ ସେଲର ଦାୟିତ୍ୱରେ ଦେବାଶିଷ ସାମନ୍ତରାୟ , ଓବିସି ସେଲର ଦାୟିତ୍ୱରେ ଅରୁଣ ସାହୁ, ଏସସି ସେଲର ଦାୟିତ୍ୱରେ ମହେଶ ସାହୁ ଏବଂ ଆଇଟି ଏବଂ ସୋସିଆଲ୍ ମିଡିଆ ସେଲରେ ଅମର ପଟ୍ଟନାୟକ ରହିବେ ।

Leave a Reply

Your email address will not be published. Required fields are marked *