ପୁଣି ଡେଲାଙ୍ଗକୁ ଫେରିଲା ବାର୍ଡ ଫ୍ଲୁ, ମରାଯିବ ଶହ ଶହ କୁକୁଡ଼ା

ଭୁବନେଶ୍ୱର,୧୨/୦୭: ପୁଣି ଡେଲାଙ୍ଗକୁ ଫେରିଲା ବାର୍ଡ ଫ୍ଲୁ । ପୁରୀ ଜିଲ୍ଲା ଡେଲାଙ୍ଗରେ ବାର୍ଡ ଫ୍ଲୁ । ଶହ ଶହ କୁକୁଡ଼ା ମଡ଼କ ପରେ ନମୁନା ପରୀକ୍ଷା ପାଇଁ ପଠା ଯାଇଥିଲା । ଭୋପାଳରୁ ଆସିଛି ରକ୍ତ ନମୁନାର ରିପୋର୍ଟ । ଡେଲାଙ୍ଗର ୩ଟି ସ୍ଥାନକୁ ନିଷିଦ୍ଧ ଅଞ୍ଚଳ ଘୋଷଣା କରାଯାଇଛି । କୁକୁଡ଼ାଙ୍କ ରକ୍ତ ନମୁନା ରିପୋର୍ଟ ଆସିବା ପରେ ପ୍ରଶାସନ ଗୁରୁତ୍ବର ସହ ନେଇଛି । ହଜାର ହଜାର କୁକୁଡ଼ା ମାରିବା ପାଇଁ ପ୍ରଶାସନର ନିଷ୍ପତି ନିଆଯାଇଛି । ଡେଲାଙ୍ଗ ସଂକ୍ରମିତ ଅଞ୍ଚଳରୁ ୬ ହଜାର ୫୦୦ କୁକୁଡ଼ା ମାରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି । ସଂକ୍ରମିତ ଫାର୍ମ ପରିସରରୁ ୧ କିଲୋମିଟର ପର୍ଯ୍ୟନ୍ତ ମରାଯିବ କୁକୁଡ଼ା । ସଂକ୍ରମଣ ହୋଇଥିବା ସ୍ଥାନ ଠାରୁ ୧୦ କିଲୋମିଟର ପର୍ଯ୍ୟନ୍ତ କଡ଼ା ନଜର ରଖାଯିବ । ଡେଲାଙ୍ଗ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଏହି ସୂଚନା ଦେଇଛନ୍ତି ।