ବାୟୋମେଟ୍ରିକ ଉପସ୍ଥାନ ବାଧ୍ୟତାମୂଳକ କଲେ ରାଜ୍ୟ ସରକାର

ଭୁବନେଶ୍ୱର,୦୬/୦୯: ଏଣିକି ଡେରିରେ ଯାଉଥିବା କର୍ମଚାରୀ ହେବେ ସାବାଡ଼। ବାୟୋମେଟ୍ରିକ ଉପସ୍ଥାନ ବାଧ୍ୟତାମୂଳକ କଲେ ରାଜ୍ୟ ସରକାର । ପଞ୍ଚାୟତ କର୍ମଚାରୀଙ୍କଠାରୁ ବିଡିଓଙ୍କ ପାଇଁ ଲାଗୁହେବ ବାୟୋମେଟ୍ରିକ ବ୍ୟବସ୍ଥା। ସମୟାନୁବର୍ତ୍ତିତା ଓ କାମରେ ସ୍ୱଚ୍ଛତା ଆଣିବାକୁ ଏଭଳି ବ୍ୟବସ୍ଥା କରାଯାଇଛି I ଏନେଇ କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ସରକାର I ଏମିତିକି ଏଣିକି ସମସ୍ତ ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି, ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ଲାଗିବ ବାୟୋମେଟ୍ରିକ୍ ମେସିନ୍। ତୁରନ୍ତ ବାୟୋମେଟ୍ରିକ୍ ଉପସ୍ଥାନ ପ୍ରଣାଳୀ ସ୍ଥାପନ ସହ କାର୍ଯ୍ୟକ୍ଷମ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ପଞ୍ଚାୟତିରାଜ ବିଭାଗର ନିର୍ଦେଶ ରହିଛି । ଗ୍ରାମପଞ୍ଚାୟତ, ବ୍ଲକ ଓ ଜିଲ୍ଲା ପରିଷଦ ଅଫିସରେ ଯଥା ଶୀଘ୍ର ବାୟୋମେଟ୍ରିକ ଲଗାଇ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ରହିଛି ।