ଭୁବନେଶ୍ୱର,୨୨/୧୦: ବିଜେପି ନେତା ତଥା ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ନୂଆ ମୋଡ଼ । ଏହି ମାମଲାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଗିରଫ କଲା ପୋଲିସ । ଗିରଫ ପରେ ବିକ୍ରମଙ୍କୁ କୋର୍ଟ ଚାଲାଣ କଲା ପୋଲିସ । ଗତକାଲି ରାତିରୁ ବିକ୍ରମଙ୍କୁ ଉଠାଇ ଆଣିଥିଲା ପୋଲିସ । ବିକ୍ରମ ପଣ୍ଡାଙ୍କ ସମେତ ଚାରି ଜଣଙ୍କୁ ଗିରଫ କରିଛି ପୋଲିସ । ପୂର୍ବତନ ମେୟର ଶିବଶଙ୍କର ଦାସ (ପିଣ୍ଟୁ) , କର୍ପୋରେଟର୍ ମଳୟ ବିଷୋୟୀ ଓ ବିକ୍ରମ ପଣ୍ଡାଙ୍କ ସହଯୋଗୀ ମଦନ ଦଳେଇଙ୍କୁ ଗିରଫ କରାଯାଇଛି ।