ବିହାର ବିଧାନସଭା ନିର୍ବାଚନ, ୧୮ ଜିଲ୍ଲାରେ ୧୨୧ଟି ଆସନରେ ଭୋଟ ଦେବେ ଜନତା

ନୂଆଦିଲ୍ଲୀ,୦୬/୧୧: ଆଜି ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ହେବ । ୧୮ ଜିଲ୍ଲାରେ ୧୨୧ଟି ଆସନରେ ଭୋଟ ଦେବେ ଜନତା । ୧୩୧୪ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା । ଆଉ ସକାଳ ୭ଟାରୁ ୫ଟା ଭୋଟିଂ ହେବ । ତେଜସ୍ବୀ ଯାଦବ, ମୈଥିଲି ଠାକୁର, ଖେସାରୀ ଲାଲ ଯାଦବଙ୍କ ଭାଗ୍ୟ ପରୀକ୍ଷା ହେବ । ତାରାପୁର ଆସନରୁ ନିର୍ବାଚନ ଲଢୁଛନ୍ତି ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ । ରାଘୋପୁରରୁ ନିର୍ବାଚନ ଲଢୁଛନ୍ତି ଆରଜେଡିର ତେଜସ୍ବୀ ଯାଦବ । ମହୁଆ ଆସନରୁ ଲଢୁଛନ୍ତି ବଡ଼ ଭାଇ ତେଜ ପ୍ରତାପ ଯାଦବ । ୩ କୋଟି ୭୫ ଲକ୍ଷରୁ ଅଧିକ ଭୋଟର ମତଦାନ କରିବେ । ୪୩ ହଜାର ୩୪୧ଟି ବୁଥରେ ଭୋଟିଂହେବାକୁ ଥିବା ବେଳେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ମୈଦାନରେ ଅଛନ୍ତି ଜେଡିୟୁର ୫୭, ବିଜେପିର ୪୮, ଏଲଜେପିର ୧୩ ପ୍ରାର୍ଥୀ, ମହାଗଠବନ୍ଧନରୁ ଆରଜେଡିର ୭୧, କଂଗ୍ରେସର ୨୪ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ ।