ନୂଆଦିଲ୍ଲୀ,୦୯/୧୦: ବିହାରରେ ରାଜନୈତିକ ମାହୋଲ ସରଗରମ। ନେତାଙ୍କଠୁ ଜନତା ସମସ୍ତେ ଟେନସନ୍, ନେତାଙ୍କୁ ଡର ଟିକେଟ ମିଳୁଛି ନା ନାହିଁ ! ରାତି ପାହିଲେ ନାମାଙ୍କନ ଆରମ୍ଭ ହେବ। ଏନଡିଏ ଓ ମହାମେଣ୍ଟ ପାଇଁ ଆସନ ବଣ୍ଟା ବଡ଼ ଚ୍ୟାଲେଞ୍ଜ ସାଜିଛି। ଏହାରି ଭିତରେ ଆରଜେଡି ଛାଡିଛନ୍ତି ଭାବୁଆ ନିର୍ବାଚନମଣ୍ଡଳୀର ବିଧାୟକ ଭାରତ ବିନ୍ଦ। ଇସ୍ତଫା ଦେଇ କହିଛନ୍ତି, ଭାରତୀୟ ଜନତା ପାର୍ଟି ଟିକେଟରେ ନିର୍ବାଚନ ଲଢ଼ିବେ।
ଅନ୍ୟପଟେ ଦିଲ୍ଲୀରେ ବସିଥିବା ମାରାଥନ ବୈଠକରୁ ବାହାରିଛନ୍ତି ଚିରାଗ ପାସୱାନ। ଚିରାଗ କହିଛନ୍ତି ବୈଠକ ସକାରାତ୍ମକ ରହିଛି। ଏନଡିଏ ସମସ୍ୟାକୁ ହାତ ଛଡ଼ା କରିନି କଂଗ୍ରେସ । ବରିଷ୍ଠ କଂଗ୍ରେସ ନେତା ପବନ ଖେରା କହିଛନ୍ତି, ମହାମେଣ୍ଟର ଦ୍ୱାର ଚିରାଗ ପାସୱାନ ଓ ଉପେନ୍ଦ୍ର କୁଶୱାହା ଏବଂ ଜିତନ ରାମ ମାଞ୍ଝୀଙ୍କ ପାଇଁ ଖୋଲା ଅଛି।