ବିହାର ପାଇଁ ବଡ଼ ଘୋଷଣା, ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୬/୦୯: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମହିଳାଙ୍କ ପାଇଁ ବଡ଼ ଯୋଜନା କରିଛନ୍ତି । ମହିଳାମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ୧୦,୦୦୦ ଟଙ୍କା ପହଞ୍ଚିଛି । ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନାକୁ ପ୍ରଧାନମନ୍ତ୍ରୀ ମୋଦୀ ଭର୍ଚୁଆଲ କନଫରେନ୍ସରେ ଉଦଘାଟନ୍‌ କରିଛନ୍ତି ।୭୫ ଲକ୍ଷ ମହିଳା ଏହି ଯୋଜନାରେ ଉପକୃତ ହେବେ। ଏହାସହମୋଦୀ କହିଛନ୍ତି, ‘ନରେନ୍ଦ୍ର ଓ ନୀତୀଶ ଆପଣଙ୍କ ଦୁଇ ଭାଇ। ସେମାନେ ରାଜ୍ୟର ମହିଳାମାନଙ୍କ ଆର୍ଥିକ ସ୍ୱାଧୀନତା ବୃଦ୍ଧି କରିବାରେ ସହାୟକ ହେବେ ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅବସରରେ କହିଛନ୍ତି, ବିହାରରେ ପୂର୍ବରୁ ଲୁଣ୍ଠନ ସରକାର ସମୟରେ ରାଜ୍ୟରେ ଅନେକ ଭ୍ରଷ୍ଟାଚାର ଓ ଅରାଜକତା ଥିଲା, ଯାହାର ସବୁଠାରୁ ବଡ଼ ପ୍ରଭାବ ମହିଳାମାନଙ୍କ ଉପରେ ପଡ଼ିଥିଲା ।