ଭୁବନେଶ୍ୱର, ୨୧/୧୨: ଧଉଳି ଥାନା ଲିଙ୍ଗିପୁର ଦୟା ନଦୀପଠାରେ ଘଟିଥିବା ନାବାଳିକା ଗଣଦୁଷ୍କର୍ମ କାହାଣୀ ଲୋକଙ୍କ ମନରୁ ଲିଭିନାହିଁ। ମୁଖ୍ୟ ଅଭିଯୁକ୍ତ ହାପି ହାତୀ ଓ ତା’ର ୨ ସହଯୋଗୀଙ୍କୁ ପୁଲିସ ଗିରଫ କରିଥିଲେ ହେଁ ଆଉ ଦୁଇ ଅଭିଯୁକ୍ତ ଧରାପଡ଼ିନାହାନ୍ତି। ଏତିକିବେଳେ ପୁଣି ରାଜଧାନୀରେ ଘଟିଛି ଆଉ ଏକ ନାବାଳିକା ଗଣଦୁଷ୍କର୍ମ ।ପୀଡ଼ିତାଙ୍କୁ ଚାକିରି ଦେବାକୁ ଫୁସୁଲାଇ ଦୁଇ ପିଶାଚ ସହିଦନଗରସ୍ଥିତ ଏକ ଭଡ଼ାଘରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଗତକାଲି ରାତିରେ ଘଟିଥିବା ଏହି ମାମଲାରେ ପୁଲିସ ୨ ଅଭିଯୁକ୍ତଙ୍କୁ ବାନ୍ଧିଛି। ସେମାନେ ହେଲେ ଖୋର୍ଦ୍ଧା କେରଙ୍ଗ ଅଞ୍ଚଳର ଅକ୍ଷୟ ଦାସ(୨୮) ଓ ମୁକୁନ୍ଦ୍ରପସାଦ ଅଞ୍ଚଳର ସାହିଲ୍ ଖାଁ(୨୬)। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରିଛି। ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ ଅଭିଯୁକ୍ତ ଅକ୍ଷୟ ଦାସଙ୍କୁ ସେ ପୂର୍ବରୁ ଜାଣିଥିଲେ।