ଭୁବନେଶ୍ୱର,୩୦/୦୭: ଗଛ ଲଗାଇଲେନି ବୋଲି ଦରମା ବନ୍ଦ । ବଲାଙ୍ଗୀର ଜିଲ୍ଲାର ୧୧ ବ୍ଳକ ଶିକ୍ଷା ଅଧିକାରୀଙ୍କ ଦରମା ବନ୍ଦ ପାଇଁ ଚିଠି ହୋଇଛି । ୧୧ଜଣ ବିଇଓଙ୍କ ଜୁଲାଇ ମାସର ଦରମା ବନ୍ଦ କଲେ ଜିଲ୍ଲା ଶିକ୍ଷା ଅଧିକାରୀ। ସରକାରଙ୍କ ‘ଏକ ପେଡ୍ ମାଁ କେ ନାମ’ ଅଭିଯାନରେ ବୃକ୍ଷ ରୋପଣ କରିନଥିବା କାରଣରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ବଲାଙ୍ଗୀର ଜିଲ୍ଲା ଅଧିକାରୀ ୧୧ଟି ବ୍ଲକ ଶିକ୍ଷା ଅଧିକାରୀ ହେଲେ, ଆଗଲପୁର, ସଇଁତଲା, ଟିଟିଲାଗଡ଼, ଦେଓଗାଁ, ଗୁଡଭେଲା, ବଙ୍ଗୋମୁଣ୍ଡା, ମୁରିବାହାଲ, ତୁରକେଲା, ବେଲପଡା, ପାଟଣାଗଡ ଏବଂ ପୁଇଁତଲା ବିଇଓ । ସମସ୍ତ ୧୧ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି ଜାରି କରିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ।