ଭୁବନେଶ୍ୱର,୨୮/୧୧: ଭାରତ ଓ ଦକ୍ଷିଣ ଆଫ୍ରିକା ଟି-୨୦ମ୍ୟାଚ୍ ପାଇଁ ଦୁଲୁକିବ ବାରବାଟୀରେ । ଏନେଇ ଚାଲିଛି ଜୋରଦାର ପ୍ରସ୍ତୁତି । ବାରବାଟୀରେ ଦର୍ଶକ ମାନଙ୍କ ସୁରକ୍ଷା ଲାଗି ଏଥର କମିବ ଗ୍ୟାଲେରୀ ସିଟ୍ ସଂଖ୍ୟା । ୩ ହଜାର ଭଳି ସିଟ୍ କମିବ ବୋଲି ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି । ତେବେ ପୋଲିସ ବିଭାଗର ପରାମର୍ଶ କ୍ରମେ ଏଭଳି ନିଷ୍ପତ୍ତି ନିଆଯାଇଛି । କିନ୍ତୁ ଯେଉଁମାନେ ଷ୍ଟାଡିୟମ୍ରେ ବସି ଖେଳ ଦେଖିବାରୁ ବଞ୍ଚିତ ହେବେ, ସେମାନଙ୍କ ପାଇଁ ଷ୍ଟାଡିୟମ ବାହାରେ ବୃହତ୍ତ ଏଲଇଡି ସ୍କ୍ରିନର ବ୍ୟବସ୍ଥା କରାଯିବ । ଶେଷ ଇଣ୍ଟରନ୍ୟାସନାଲ ମ୍ୟାଚ୍ରେ ବାରବାଟୀର ସିଟ୍ ଥିଲା ୪୪ ହଜାର ୫୦୦ । ତେବେ ୩ ହଜାର ସିଟ୍ କମିଲା ପରେ କାଉଣ୍ଟରରେ କେତେ ଟିକେଟ ବିକ୍ରି ହେବ ସେନେଇ ଏଯାଏଁ ନିଷ୍ପତ୍ତି ହୋଇନାହିଁ ବୋଲି ଓସିଏ ସମ୍ପାଦକ କହିଛନ୍ତି ।
ସେପଟେ, ଭାରତ-ଦକ୍ଷିଣ ଆଫ୍ରିକ୍ ଟି-୨୦ମ୍ୟାଚ୍ରେ ଯେପରି ଫ୍ଲଡ୍ ଲାଇଟ୍ ବନ୍ଦ ନହେବ ସେଥିପାଇଁ ଏଥର ବାରବାଟୀ ଷ୍ଟାଡିୟମରେ ଲାଗିବ ୧୮ଟି ଡିଜି । ଆଜି ଏସବୁର ନିରୀକ୍ଷଣ କରିଛନ୍ତି ଭୁବନେଶ୍ୱର ଆଇଆଇଟିରୁ ଆସିଥିବା ଏକ୍ସପର୍ଟ ଟିମ୍ ।