ଭୁବନେଶ୍ୱର,୧୬/୦୯: ପୁଣି ବାରବାଟୀରେ ଟି-୨୦ କ୍ରିକେଟ ଖେଳାଯିବ । ଆସନ୍ତାକାଲିଠୁ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଓଡିଶା ପ୍ରୋ ଟି-20 ଲିଗ୍ । ବାରବାଟୀରେ ୬ ଟି ଟିମ୍ ମଧ୍ୟରେ କଡା ମୁକାବିଲା ହେବ । ପୁରୀ, କଟକ, ଭୁବନେଶ୍ୱର, ସମ୍ବଲପୁର, ରାଉରକେଲା ଓ କେନ୍ଦୁଝର ଏହି ପ୍ରତିଯୋଗିତାରେ ମୁହାଁମୁହିଁ ହେବେ। ତେବେ ଏହି ପ୍ରତିଯୋଗିତା ଚଳିତ ମାସ ୧୭ ତାରିଖରୁ ଆରମ୍ଭ ହୋଇ ୨୬ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ଓପନିଂ କଟକ ପାନ୍ଥର ବନାମ ଭୁବନେଶ୍ୱର ଟାଇଗର୍ସ ମଧ୍ୟରେ ଖେଳାଯିବ।ଗ୍ୟାଲେରୀ ୧,୩,୫ରେ ଫ୍ରିରେ ଦର୍ଶକ ମ୍ୟାଚ ଦେଖିପାରିବେ । ପ୍ରତ୍ୟେକ ଦିନ ଦୁଇଟି ମ୍ୟାଚ ଖେଳାଯିବ। ବିଜେତା ଦଳ ପାଇଁ ୫୦ ଲକ୍ଷ ଟଙ୍କା ପ୍ରାଇଜ ମନି ରହିଥିଲା ବେଳେ ଉପ ବିଜେତା ଦଳ ପାଇଁ ୨୫ ଲକ୍ଷ ଟଙ୍କା ଧାର୍ଯ୍ୟ କରିଛି ଓସିଏ । ଏହାବ୍ୟତୀତ ପ୍ରୋ ଟି-୨୦ ଲିଗ୍ରେ ଆଇପିଏଲ ବିଭିନ୍ନ ଦଳର ଚୟନ କମିଟି ଆସିବାର ସମ୍ଭାବନା ରହିଛି। ଯାହା ଦ୍ୱାରା ଓଡିଶା କ୍ରିକେଟର ଏହି ଲିଗ୍ ଜରିଆରେ ନିଜର ସ୍ୱପ୍ନ ପୁରା କରିପାରିବେ ବୋଲି କହିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା।