ଭୁବନେଶ୍ୱର,୨୨/୦୭: ବଳଙ୍ଗା ପୀଡ଼ିତା ନାବାଳିକାଙ୍କ ସ୍ୱାସ୍ଥ୍ୟ ଏବେ ଭଲ ଅଛି। ପୀଡ଼ିତାଙ୍କ ସ୍କିନ୍ ଟ୍ରାନ୍ସପ୍ଲାଣ୍ଟ୍ ହୋଇଛି । ପୀଡିତାଙ୍କ ସ୍ବାସ୍ଥ୍ୟ ଭଲ ଥିବା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି । ବିଜେପିର ୭ ଜଣ ସାଂସଦ ଦିଲ୍ଲୀ ଏମ୍ସଠାରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କୁ ଭେଟିବା ସହ ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ।
ଶରୀରର ୭୫ ଭାଗ ଜଳିବାଯାଇଥିବା ବେଳେ ସ୍ବତନ୍ତ୍ର ଡାକ୍ତରୀ ଦଳ ନାବାଳିକାଙ୍କ ଚିକିତ୍ସା କରୁଛନ୍ତି । ହେଲେ ପୀଡ଼ିତାଙ୍କୁ ଜାଳିଥିବା ନୃଶଂସଙ୍କ ପତ୍ତା ପାଉନି ପୁଲିସ । ପୁଲିସ ଡିଜି, ଆଇଜି, ପୁରୀ ଏସ୍ପିଙ୍କ ପରେ କ୍ରାଇମସିନ୍କୁ ଯାଇ ଘାଣ୍ଟୁଛି କ୍ରାଇମବ୍ରାଞ୍ଚ। ଏଯାବତ ନା ଅଭିଯୁକ୍ତ ମିଳୁଛନ୍ତି ନା ପୂରା ଘଟଣାକ୍ରମ ସାମ୍ନାକୁ ଆସିପାରୁଛି। କ୍ରାଇମବ୍ରାଞ୍ଚ ଟିମ୍ ସତ ଜାଣିବାକୁ ନାବାଳିକାଙ୍କ ସାଙ୍ଗ ଓ ଗାଁ ଲୋକଙ୍କୁ ପଚରାଉଚରା କରୁଛି ।