ବକ୍ରି ଇଦ ପାଳନକୁ ନେଇ ବଡ଼ ନିଷ୍ପତ୍ତି ନେଲା ଏହି ଦେଶ, କୌଣସି ଜୀବ ହତ୍ୟା କରାଯାଇପାରିବ ନାହିଁ

ଭୁବନେଶ୍ୱର,୩/୦୬: ସାରା ବିଶ୍ୱରେ ଚଳିତମାସ ୬ ଓ ୭ ତାରିଖରେ ଇଦ୍-ଅଲ-ଅଜହା ଅର୍ଥାତ ବକ୍ରି ଇଦ ପାଳନ ହେବାକୁ ଯାଉଛି ।  ଏହି ଦିନରେ ମୁସଲିମ୍ ସଂପ୍ରଦାୟର ଲୋକମାନେ ଛେଳିକୁ ହତ୍ୟା କରି ଆଲ୍ଲାକୁ ସମର୍ପିତ କରିଥାନ୍ତି । ହେଲେ ଚଳିତ ବର୍ଷ ଏକ ବଡ଼ ମୁସଲିମ୍ ଦେଶ ବଡ଼ ନିଷ୍ପତ୍ତି ନେଇଛି ।  ଏହି ଦେଶ ମୋରକ୍କୋ ଜୀବହତ୍ୟାକୁ ନେଇ ବଡ଼ ନିଷ୍ପତ୍ତି ନେଇଛି । ରାଜାଙ୍କ ତରଫରୁ ଦେଶର ନାଗରିକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି କି,ବକ୍ରି ଇଦରେ ଛେଳି କିମ୍ବା କୌଣସି ଜୀବ ହତ୍ୟା କରାଯାଇପାରିବ ନାହିଁ । ମୋରକ୍କୋର ରାଜା ମହମ୍ମଦ ଷଷ୍ଠଙ୍କ ଏଭଳି ନିଷ୍ପତ୍ତି ପରେ ଦେଶର ନାଗରିକମାନେ କ୍ଷୋଭ ପ୍ରକାଶ କରିଛନ୍ତି । ରାଜା କେବଳ ନିର୍ଦ୍ଦେଶ ଦେଇନାହାଁନ୍ତି ବରଂ ଦେଶର ବିଭିନ୍ନ ସହର ଉପରେ ସେନା ତରଫରୁ ଚଢାଉ ଜାରି ରହିଛି ।

ମୋରକ୍କୋରେ ଏବେ ମରୁଡି ଲାଗି ରହିଛି । ଫଳରେ ଦେଶରେ ପଶୁ ପକ୍ଷୀଙ୍କ ସଂଖ୍ୟା କମିବାରେ ଲାଗିଛି । ଏହାକୁ ନଜରରେ ରଖି ରାଜା ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ରାଜାଙ୍କ ଏଭଳି ନିର୍ଦ୍ଦେଶ ପରେ ସାରା ଦେଶରେ ପଶୁଙ୍କ କିଣା ବିକ୍ରି ଉପରେ ପ୍ରତିବନ୍ଧକ ଲାଗିଛି ।

Leave a Reply

Your email address will not be published. Required fields are marked *