ଆଜି ମହାପ୍ରଭୁଙ୍କ ବାହୁଡା ଯାତ୍ରା, ଜନ୍ମବେଦିରେ ସରିଲା ଲୀଳାଖେଳା

ଭୁବନେଶ୍ୱର,୦୫/୦୭: ଆଜି ଆଷାଢ଼ ଶୁକ୍ଳପକ୍ଷ ଦଶମୀ ବା ବାହୁଡ଼ା ଦଶମୀ । ଶରଧାବାଲିଠାରେ ରଖାଯାଇଥିବା ତିନୋଟି ଯାକ ରଥକୁ ଦକ୍ଷିଣମୋଡ଼ କରାଯାଇ ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ସମ୍ମୁଖରେ ରଖାଯାଇଛି । ଜନ୍ମବେଦିରେ ସରିଲା ଲୀଳାଖେଳା । ଗୁଣ୍ଡିଚା ମନ୍ଦିର ଛାଡ଼ି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ ମହାବାହୁ । ବଡ଼ଦାଣ୍ଡରେ ଭକ୍ତଙ୍କ ପ୍ରବଳ ଗହଳି ଲାଗିଛି । ନାକଚଣା ଦ୍ବାରରେ ଦଣ୍ଡାୟମାନ ତିନି ରଥ । ବିଶ୍ବନିୟନ୍ତାଙ୍କ ଅପେକ୍ଷାରେ ତିନି ରଥ । ଆଜି ମଧ୍ୟାହ୍ନ ୧୨ଟାରେ ପହଣ୍ଡି ଓ ଅପରାହ୍ନ ୪ଟାରେ ରଥ ଟଣା ପାଇଁ ଶ୍ରୀମନ୍ଦିର ପ୍ରଶାସନ ନୀତି ନିର୍ଘଣ୍ଟ କରିଛି। ଏପଟେ ରଥଯାତ୍ରା ଅଘଟଣ ପରେ ଟ୍ରାଫିକ୍ ନିୟନ୍ତ୍ରଣଠୁ ଭକ୍ତଙ୍କ ସୁରକ୍ଷା ଯାଏଁ ସବୁ କ୍ଷେତ୍ରରେ ଆହୁରି ଯତ୍ନବାନ ହୋଇଛନ୍ତି ପୋଲିସ ଓ ପ୍ରଶାସନ। ଗତକାଲି ସନ୍ଧ୍ୟା ୬ଟାରୁ ଶେଷ ହୋଇଛି ନବମୀ ସନ୍ଧ୍ୟା ଦର୍ଶନ । ଦିନ ତମାମ ଜନ୍ମବେଦୀରେ ଶ୍ରୀଜିଉଙ୍କ ଦର୍ଶନ କରିଥିଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ। ଆଜି ବାହୁଡ଼ା ଯାତ୍ରାକୁ ନେଇ କଡ଼ା ସୁରକ୍ଷା ବଳୟରେ ପୁରୀ ।