ଆଜି ବଡଓଷା ପର୍ବ, ବାବା ଧବଳେଶ୍ୱରଙ୍କ ପୀଠରେ ଲାଗିଛି ଭକ୍ତଙ୍କ ଭିଡ଼

ଭୁବନେଶ୍ୱର,୦୩/୧୧: କଟକର ଶୈବ ପୀଠ ବାବା ଧବଳେଶ୍ଵରଙ୍କ ପୀଠରେ ପାଳନ ହେଉଛି ବଡଓଷା ପର୍ବ । ଭୋର ୪ଟାରୁ ପହଡ ଖୋଲାଯାଇ ୧୦୮ ଗରା କଳସ ଜଳରେ ସ୍ନାନ କରାଯାଇ ମଙ୍ଗଳଆଳତୀ କରାଯାଇଛି । ବାବା ଧବଳେଶ୍ଵର ଶ୍ରଦ୍ଧାଳୁ ମାନଙ୍କୁ ବଡ ସିଂହାର ବେଶରେ ଦର୍ଶନ ଦେଉଛନ୍ତି । ସୁରକ୍ଷା ପାଇଁ ଦୁଇ ଜଣ ଅତିରିକ୍ତ ଏସପିଙ୍କ ସମେତ ଦୁଇ ଜଣ ମାଜିଷ୍ଟ୍ରେଟ, ୧୦୦ ପୁଲିସ ଅଧିକାରୀ,୧୫ ପ୍ଲାଟୁନ ପୁଲିସ ଫୋର୍ସ ମୃତୟନ କରାଯାଇଛି । ସେପଟେ ଆଜି ପୀଠରେ ପଞ୍ଚୁକର ତୃତୀୟ ଦିନ ଏବଂ ଶେଷ  ସୋମବାର ମଧ୍ୟ । ତେଣୁ ପୀଠରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି ।