ବଢ଼ିଲା ଚୁକ୍ତିଭିତ୍ତିକ ଆୟୁଷ ଡାକ୍ତରଙ୍କ ଦରମା, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୦/୦୨: ଚୁକ୍ତିଭିତ୍ତିକ ଆୟୁଷ ଡାକ୍ତରଙ୍କ ଦରମା ବଢ଼ିଲା। ସର୍ବନିମ୍ନ ଦରମା ୫୬ ହଜାର ୯୪୮ ଟଙ୍କା । ସର୍ବାଧିକ ଦରମା ୯୧ ହଜାର ୪୬୭ ଟଙ୍କା । ଏହାଛଡ଼ା ବରିଷ୍ଠତା ଭିତ୍ତିରେ ଦରମା ବୃଦ୍ଧି କରାଗଲା । ୨୦ ହଜାରରୁ ୪୦ ହଜାର ଟଙ୍କା ଯାଏଁ ବୃଦ୍ଧି କରାଯାଇଛି । ଦରମା ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଡ଼ ଘୋଷଣା କରିଛନ୍ତି । ନିକଟରେ ଲୋୟର ପିଏମଜିରେ ଆୟୁଷ ଡାକ୍ତର ଦରମା ବୃଦ୍ଧି ନେଇ ପ୍ରତିବାଦ କରିଥିଲେ । ୧୦ ଦଫା ଦାବି ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଥିଲେ ଜାତୀୟ ସ୍ୱାସ୍ଥ୍ୟ ମିଶନରେ କାର୍ଯ୍ୟରତ ଆୟୁଷ ଡାକ୍ତର । ଫଳରେ ବିଭିନ୍ନ ସ୍ଥାନରେ ବାଧାପ୍ରାପ୍ତ ହୋଇଥିଲା ସ୍ୱାସ୍ଥ୍ୟସେବା । ଆୟୁଷ ଡାକ୍ତର କହିଥିଲେ, ସରକାର ସମାଧାନର ରାସ୍ତା ବାହାର ନ କଲେ ଆନ୍ଦୋଳନରୁ ହଟିବୁ ନାହିଁ । ଆୟୁଷ ଡାକ୍ତରଙ୍କ ପ୍ରମୁଖ ଦାବି ମଧ୍ୟରେ ରହିଥିଲା ସ୍ଥାୟୀ ନିଯୁକ୍ତି, ଦରମା ବୃଦ୍ଧି ।

Leave a Reply

Your email address will not be published. Required fields are marked *