ମଣିପୁରରେ ସେନା ଗାଡ଼ି ଉପରକୁ ଆକ୍ରମଣ, ଜଣେ ଯବାନ ଗୁରୁତର

ନୂଆଦିଲ୍ଲୀ,୨୦/୦୯: ମଣିପୁରରେ ସେନା ଗାଡ଼ି ଉପରକୁ ହୋଇଛି ବଡ଼ ଧରଣର ଆକ୍ରମଣ । ଗାଡ଼ି ଉପରକୁ ଆଖିବୁଜା ଗୁଳିମାଡ଼ କରିଛନ୍ତି ଅଜ୍ଞାତ ବନ୍ଧୁକଧାରୀ । ମଣିପୁରର ବିଷ୍ଣୁପୁର ଜିଲ୍ଲାରେ ଘଟିଛି ଏହି ଆକ୍ରମଣ ଘଟଣା । ଇମ୍ଫାଲରୁ ବିଷ୍ଣୁପୁର ଯାଉଥିଲେ ଯବାନ । ଏହି ଆକ୍ରମଣରେ ଜଣେ ଯବାନ ଗୁରୁତର ଆହତ ହୋଇଥିବା ସୂଚନା ରହିଛି । ମଣିପୁରରେ ଏହା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ମଧ୍ୟ ସେନା ଗାଡ଼ି ଉପରକୁ ଉଗ୍ରବାଦୀଙ୍କ ଆକ୍ରମଣ ଘଟଣା ଦେଖିବାକୁ ମିଳିଛି । କିନ୍ତୁ, ବର୍ତ୍ତମାନ ଘଟିଥିବା ଏହି ଘଟଣା ପଛରେ କାହାର ହାତ ରହିଛି ତାହା ସ୍ପଷ୍ଟ ହୋଇପାରିନି ।