ଖେମିନିଙ୍କ ବାସଭବନ ଉପରେ ମୁଜାହିଦ୍ଦିନଙ୍କ ଆକ୍ରମଣ

ନୂଆଦିଲ୍ଲୀ,୨୫/୦୨: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କ ସରକାରୀ ବାସଭବନ ବେଇତ-ଏ ରହବାରି ଉପରେ ଆକ୍ରମଣ ହୋଇଥିବା ରିପୋର୍ଟ ଆସିଛି। ପିପୁଲ୍ସ ମୁଜାହିଦ୍ଦିନ ନାମକ ଏକ ସଂଗଠନ ଏହି ଆକ୍ରମଣ କରିଛି। ସଂଗଠନ କହିଛି ଯେ, ଆକ୍ରମଣ କରିଥିବା ଏହାର ୧୦୦ ଜଣ ସଦସ୍ୟଙ୍କୁ ଇରାନ ସେନା ଗିରଫ କରିଛି। କିଛି ସଦସ୍ୟଙ୍କୁ ମଧ୍ୟ ହତ୍ୟା କରାଯାଇଛି। ୧୯୭୯ ଇସଲାମିକ ବିପ୍ଳବ ପରେ ପ୍ରଥମ ଥର ପାଇଁ ଇରାନର ସର୍ବୋଚ୍ଚ ନେତାଙ୍କ ବାସଭବନ ଉପରେ ଯୋଜନା ବଦ୍ଧ ଆକ୍ରମଣ କରାଯାଇଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସୋମବାର ୨୫୦ ଜଣ ମୁଜାହିଦ୍ଦିନ କେନ୍ଦ୍ରୀୟ ତେହେରାନରେ ଥିବା ଇସଲାମିକ୍ ଗଣରାଜ୍ୟର ନେତାଙ୍କ କାର୍ଯ୍ୟାଳୟ ଓ ବାସଭବନ ଉପରେ ଆକ୍ରମଣ କରିଥିଲେ। ସମସ୍ତ ମୁଜାହିଦ୍ଦିନ ଆଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଥିଲେ। ଇରାନର ମେହର ନ୍ୟୁଜ୍ ଏଜେନ୍ସି ନିଶ୍ଚିତ କରିଛି, ସମୋନଙ୍କ ମଧ୍ୟରୁ କେବଳ ଚାରି ଜଣଙ୍କୁ ଗିରଫ କରାଯାଇଛି । ଇରାନରେ ଉତ୍ତେଜନା ଆରମ୍ଭ ହେବା ପରେ ଖେମିନି ତାଙ୍କ ବାସଭବନ ଛାଡି ଏକ ବଙ୍କରକୁ ଚାଲିଯାଇଥିଲେ। ତାଙ୍କ ପୁଅ, ମୋଜତାବା ଖେମିନି, ତାଙ୍କ ବାସଭବନ ଏବଂ କାର୍ଯ୍ୟାଳୟ ପରିଚାଳନା କରୁଛନ୍ତି ।

Leave a Reply

Your email address will not be published. Required fields are marked *