ଭୁବନେଶ୍ୱର,୧୧/୦୯: ବନ୍ଧାହେଲେ ବରଗଡ଼ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣୀ। ୨୨ ଲକ୍ଷ ୩୦ ହଜାର ଟଙ୍କାର ହେରଫେର କରି ଗିରଫ ହୋଇଛନ୍ତି । ବରଗଡ଼ ପଦ୍ମପୁର ବରିକେଲ ଠାରେ ଥିବା ଜିଲ୍ଲା କୃଷି ଅଧିକାରୀଙ୍କ ଅଫିସରେ କାମ କରୁଥିବା ବରିଷ୍ଠ କିରାଣୀ କ୍ଷୀରୋଦ ଭୋଇ ପିଅନ ରୂପକ ସାହୁ ଆକାଉଣ୍ଟକୁ ୨୨ ଲକ୍ଷ ୩୦ ହଜାର ୨୨୫ ସରକାରୀ ଟଙ୍କା ପଠାଇ ଆତ୍ମସାତ କରିଥିଲେ । ଏନେଇ କୃଷି ଜିଲ୍ଲା ଅଧିକାରୀ ପଦ୍ମପୁର ପ୍ରଭାସ ପଣ୍ତା ପଦ୍ମପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁକରି ବରିଷ୍ଠ କିରାଣୀ କ୍ଷୀରୋଦ୍ର ଭୋଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ପିଅନ ରୂପକ ସାହୁ ଫେରାର ରହିଛନ୍ତି । ଅଭିଯୋଗ ଅନୁସାରେ ପଦ୍ମପୁର ବରିକେଲରେ ଥିବା ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣୀ କ୍ଷୀରୋଦ୍ର ଭୋଇ ଗତ ଜୁନ ୧୧ ତାରିଖରେ ୮ଲକ୍ଷ ୨୪ହଜାର ୨୨୫ ଟଙ୍କା ଓ ଜୁଲାଇ ୨୨ତାରିଖରେ ବିଲ ନମ୍ବର ୨୩ରେ ୧୪ଲକ୍ଷ ୬୦ ହଜାର ୧୦ ଟଙ୍କା, ମୋଟ ୨୨ ଲକ୍ଷ ୩୦ ହଜାର ୨୨୫ ଟଙ୍କା ପିଅନ ରୂପକ ସାହୁଙ୍କ ଏଚ.ଡି.ଏଫ.ସି ବ୍ୟାଙ୍କ ଏକାଉଣ୍ଟକୁ ଟ୍ରାନ୍ସଫର ହୋଇଥିଲା ।