ଭିଜିଲାନ୍ସ ଜାଲରେ ଏଏସଆଇ, ଲାଞ୍ଚ ନେବା ବେଳେ ଧରପଡିଲେ

ଭୁବନେଶ୍ୱର,୩/୦୬: ଭିଜିଲାନ୍ସ ଜାଲରେ ଏଏସଆଇ ବବିତା ସୁନା। ପାରିବାରିକ ସମସ୍ୟା ସମାଧାନ ପାଇଁ ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ବ୍ରହ୍ମପୁର ମହିଳା ଥାନାର ଏଏସଆଇ ବବିତା ସୁନାକୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କାବୁ କରିଛି ଭିଜିଲାନ୍ସ । ସ୍ଥାନୀୟ କେ.ନୂଆଗାଁ ଥାନା ବଳିୟାରସିଂହପଲ୍ଲୀର ପ୍ରମୋଦ କୁମାର ନାୟକ ,ତାଙ୍କ ପତ୍ନୀ ପ୍ରମୋଦ ଓ ତାଙ୍କ ମା’ଙ୍କ ନାମରେ ମହିଳା ଥାନାରେ ଘରୋଇ କଳିକୁ ନେଇ ଏକ ମାମଲା ଦେଇଥିଲେ । ସମ୍ପୃକ୍ତ ମାମଲାକୁ ରଫାଦଫା କରିବା ପାଇଁ ମହିଳା ଥାନାର ଏଏସଆଇ ବବିତା ସୁନା ପ୍ରମୋଦକୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏହାକୁ ନେଇ ପ୍ରମୋଦ ବ୍ରହ୍ମପୁର ଭିଜିଲାନ୍ସ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ । ଏହାପରେ ଭିଜିଲାନ୍ସ ପକ୍ଷରୁ ବବିତାଙ୍କ କାର୍ଯ୍ୟାଳୟ ଓ ସରକାରୀ ବାସଭବନରେ ମଧ୍ୟ ଚଢ଼ାଉ ହୋଇଛି । ତେବେ ବବିତା ସୁନା ୨୦୧୬ ମସିହାରୁ ଏଏସଆଇକୁ ପଦୋନ୍ନତି ପାଇଥିବା ବେଳେ ଗତ ୨ ବର୍ଷ ହେଲା ସେ ମହିଳା ଥାନାରେ କାର୍ଯ୍ୟରତ ଥିଲେ ।

Leave a Reply

Your email address will not be published. Required fields are marked *