ରେଲବାଇରେ ଓଡ଼ିଶାକୁ ୧୦ ହଜାର ୯୨୮ କୋଟିର ଅନୁଦାନ: ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ,୨/୦୨: ରେଲବାଇରେ ଓଡ଼ିଶାକୁ ୧୦ ହଜାର ୯୨୮ କୋଟିର ଅନୁଦାନ । ଏନେଇ ପ୍ରେସମିଟ କରି ସୂଚନା ଦେଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କହିଲେ ଚାଲିଛି ୯୦ ହଜାର କୋଟି ଟଙ୍କାର କାମ । ୧୭ଟି ନୂଆ ରେଳ ପ୍ରକଳ୍ପ ପାଇଁ ଯୋଜନା ହେଉଛି ।୫ ବର୍ଷରେ ଓଡ଼ିଶାକୁ ମିଳିବ ୧ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ମିଳିବ ଆଉ ସେହି ପ୍ରତିଶୃତି ଆଧାରରେ କାମ ଚାଲିଛି ବୋଲି କହିଛନ୍ତି ଅଶ୍ୱିନୀ ବୈଷ୍ଣବ । ପଶ୍ଚିମବଙ୍ଗ ପାଇଁ ୧୪,୨୦୫ କୋଟି ର ଅନୁଦାନ ମିଳିଥିବା ସେ କହିଛନ୍ତି।