ଦୁଇ ଦୁଇଟି ସେମିକଣ୍ଡକ୍ଟର ୟୁନିଟ୍ ଭୁବନେଶ୍ବରରେ ହେବ ପ୍ରତିଷ୍ଠା, ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ନୂଆଦିଲ୍ଲୀ,୧୨/୦୮; ଭୁବନେଶ୍ବରକୁ କେନ୍ଦ୍ର ସରକାରଙ୍କ ବଡ଼ ଭେଟି । ଦୁଇ ଦୁଇଟି ସେମିକଣ୍ଡକ୍ଟର ୟୁନିଟ୍ ଭୁବନେଶ୍ବରରେ ପ୍ରତିଷ୍ଠା ହେବ । ୧୯୪୩ କୋଟି ଟଙ୍କାର ହେବ ନିବେଶ । ସେମିକଣ୍ଡକ୍ଟର ସହ ଥ୍ରୀ-ଡି ଗ୍ଲାସ ମାନୁଫାକଚରିଂ ୟୁନିଟ୍‌ ପ୍ରତିଷ୍ଠା ପାଇଁ ମଧ୍ୟ ଯୋଜନା ରହିଛି । ଆଜି କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। କାରଣ ଓଡ଼ିଶାରେ ଦୁଇଟି ସେମିକଣ୍ଡକକ୍ଟର ୟୁନିଟ୍‌ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ହୋଇଛି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ମୋବାଇଲ ଫୋନ କିମ୍ବା ଇଲେକଟ୍ରୋନିକ୍ସ ଉପକରଣର ଏକ ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରାଂଶ ସେମିକଣ୍ଡକ୍ଟର। ଟ୍ରାଞ୍ଜିଷ୍ଟର, ଡାୟୋଡ୍‌ ଏବଂ ଇଣ୍ଟିଗ୍ରେଟେଡ୍‌ ସର୍କିଟ୍‌ ନିର୍ମାଣ କ୍ଷେତ୍ରରେ ବିଶେଷ ସହାୟକ ହୁଏ। ତେଣୁ ଭୁବନେଶ୍ୱରରେ ପ୍ରତିଷ୍ଠା ହେବାକୁ ଥିବା ସେମିକଣ୍ଡକକ୍ଟର ପ୍ରକଳ୍ପ, ଆତ୍ମନିର୍ଭର ଭାରତ କ୍ଷେତ୍ରରେ ଓଡ଼ିଶାର ଯୋଗଦାନକୁ ସୁନିଶ୍ଚିତ କରିବ ବୋଲି କୁହାଯାଉଛି।