ସୁଟିଂ ସାରି ଫେରିବା ବେଳେ ଅଶ୍ରୁମୋଚନ ମହାନ୍ତିଙ୍କ କାର୍ ଦୁର୍ଘଟଣାଗ୍ରସ୍ତ, ସୁରକ୍ଷିତ ଉଦ୍ଧାର

ଭୁବନେଶ୍ୱର,୦୮/୧୧: କଟକରୁ ବିଳମ୍ବିତ ରାତିରେ ସୁଟିଂ ସାରି ନିଜେ କାର୍ ଚଳାଇ ସାରି ଘରକୁ ଫେରୁଥିଲେ ବିଶିଷ୍ଟ ଓଲିଉଡ୍‌ ଅଭିନେତା ଅଶ୍ରୁମୋଚନ ମହାନ୍ତି। ଆଜି ସକାଳୁ ଏକ ସଡ଼କ ଦୁର୍ଘଟଣାର ସାମ୍ନା କରିଛନ୍ତି । କାର୍‌ରେ ଯାଉଥିବା ବେଳେ ସେ ଭୁବନେଶ୍ବରର କଳାଝରି ନିକଟ ଦୟା କେନାଲରେ ଅଘଟଣର ଶିକାର ହୋଇଛନ୍ତି । ତାଙ୍କର କାର୍ ଆଗକୁ କୁକୁର ଆସି ଯିବାରୁ ଏହି ଅଘଟଣ ଘଟିଛି। ସେ ନିୟନ୍ତ୍ରଣ ହରାଇ ଥିଲେ ଏବଂ କାର୍‌ଟି କେନାଲ ଭିତରକୁ ଖସି ପଡ଼ିଛି । ସୌଭାଗ୍ୟବଶତଃ ସେ ସୁରକ୍ଷିତ ଅଛନ୍ତି । ସୂଚନା ଅନୁଯାୟୀ, ପ୍ରତାପ ନଗରୀରୁ ପଟିଆ ଯିବାବେଳେ ଚଲାଇବାବେଳେ ଭାରସାମ୍ୟ ହରାଇ ପିଟି ହୋଇଥିଲେ ସେ। କାର୍ କେନାଲ ଭିତରକୁ ଖସିଯାଇଥିଲା। ଦୁର୍ଘଟଣା ପରେ ଅଶ୍ରୁମୋଚନ ସୁରକ୍ଷିତ ଥିବା ସୂଚନା ମିଳିଛି।