ନୂଆଦିଲ୍ଲୀ,୨୪/୦୮: ଅନୀଶ ଦୟାଲ ସିଂହଙ୍କୁ ଭାରତ ସରକାର ନୂତନ ଡେପୁଟି ଜାତୀୟ ସୁରକ୍ଷା ପରାମର୍ଶଦାତା ଭାବେ ନିଯୁକ୍ତ କରିଛନ୍ତି । ଦେଶର ସୁରକ୍ଷା ସହ ଜଡ଼ିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିବାର ତାଙ୍କର ଦୀର୍ଘ ବର୍ଷର ଅଭିଜ୍ଞତା ରହିଛି ।ଅନୀଶ ଦୟାଲ ସିଂହ ୧୯୮୮ ବ୍ୟାଚ୍ର ମଣିପୁର କ୍ୟାଡରର ଆଇପିଏସ୍ ଅଧିକାରୀ । ଡେପୁଟି NSA ଭାବେ ନିଯୁକ୍ତ ହେବା ପୂର୍ବରୁ ସେ କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ (CRPF)ର ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଥିଲେ । ସେ ଦୀର୍ଘ ସମୟ ଧରି ଗୁଇନ୍ଦା ବ୍ୟୁରୋରେ କାର୍ଯ୍ୟ କରିଛନ୍ତି ଏବଂ ସେଠାରେ ସ୍ୱତନ୍ତ୍ର ନିର୍ଦ୍ଦେଶକ ପଦରେ ମଧ୍ୟ ରହିଥିଲେ । ଭାରତ-ଚୀନ୍ ସୀମା ବିବାଦର ସମ୍ବେଦନଶୀଳ ସମୟରେ ସେ ଇଣ୍ଡୋ-ତିବ୍ବତୀୟ ସୀମା ପୁଲିସ (ITBP)ର ମୁଖ୍ୟ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ ।