ଆଇପିଏଲକୁ ବାଏ ବାଏ କଲେ ୱେଷ୍ଟଇଣ୍ଡିଜର ଅଲରାଉଣ୍ଡର ଆନ୍ଦ୍ରେ ରସେଲ

ଭୁବନେଶ୍ୱର, ୩୦/୧୧: ଆଗାମୀ ୨୦୨୬ ଆଇପିଏଲ୍ ନିଲାମୀ ପୂର୍ବରୁ ୱେଷ୍ଟଇଣ୍ଡିଜର ଅଲରାଉଣ୍ଡର ଆନ୍ଦ୍ରେ ରସେଲ ଆଇପିଏଲକୁ ବାଏ ବାଏ କରିଛନ୍ତି । ରସେଲଙ୍କୁ କୋଲକାତା ନାଇଟ୍ ରାଇଡର୍ସ ରିଟେନ ନରଖି ଛାଡ଼ି ଦେଇଥିଲା ଏବଂ ଆଗାମୀ ଅକ୍ସନରେ ରସେଲଙ୍କ ଉପରେ ବଡ଼ ବିଡ୍ ଲାଗିବ ବୋଲି ଚର୍ଚ୍ଚା ବି ହେଉଥିଲା । କିନ୍ତୁ ସବୁ ଚର୍ଚ୍ଚାର ଅନ୍ତ ଘଟାଇ ଫାଟଫଟ କ୍ରିକେଟର ମହାସମର ପୂର୍ବରୁ ଏହି ଷ୍ଟାର ଅଲରାଉଣ୍ଡର ଟୁର୍ଣ୍ଣାମେଣ୍ଟରୁ ସନ୍ନ୍ୟାସ ନେଇଛନ୍ତି ।ଆଗାମୀ IPL ସିଜିନ୍ ପାଇଁ ମିନି-ନିଲାମୀ ଆସନ୍ତା ୧୬ ତାରିଖରେ ଆବୁଧାବିରେ ଅନୁଷ୍ଠିତ ହେବାକୁ ଥିବାବେଳେ ଅଚାନକ ରସେଲ ଆଇପିଏଲକୁ ବାଏ ବାଏ କହିବା କେକେଆର ଫ୍ୟାନ୍ସକୁ ଝଟକା ଦେଇଛି । କାରଣ ୨୦୧୪ରୁ କେକେଆର ଫ୍ରାଞ୍ଚାଇଜର ସବୁଠାରୁ ଟ୍ରମ୍ପକାର୍ଡ ଖେଳାଳି ଭାବେ ରହି ଆସିଛନ୍ତି ରସେଲ୍ ।