ଭୁବନେଶ୍ୱର, ୦୩/୦୮: ଆନ୍ଧ୍ର ପ୍ରଦେଶରେ ପଥର ଖାଦାନରେ ଅଘଟଣ । ପଥର ତଳେ ଚାପି ହୋଇ ୯ ଶ୍ରମିକଙ୍କ ମୃତ୍ୟୁ । ମୃତକଙ୍କ ମଧ୍ୟରେ ୬ ଜଣ ଓଡ଼ିଆ ଥିବା ଜଣାପଡ଼ିଛି । ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ । ଏହାସହ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକର ଚଷା ନିମଖଣ୍ଡି ଗ୍ରାମର ଚାରିଜଣ, କୁରୁବୁଲି ଗ୍ରାମର ଦୁଇଜଣ ଓ ସିନ୍ଧବା ଗ୍ରାମର ଜଣେ ମୃତ ହୋଇଥିବା ସୂଚନା । ଗୁରୁତର ଆହତଙ୍କୁ ନରସାରାଓପେଟା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତରିତ । ଉଚିତ ଚିକିତ୍ସା ଲାଗି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।