ଓଡ଼ିଶାରେ ଆମ ଶାସନ ବ୍ୟବସ୍ଥା ଆରମ୍ଭ, ଯୋଜନା ସମ୍ପର୍କରେ ଲୋକଙ୍କ ସିଧାସଳଖ ମତ ନେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୬/୦୮: ଶାସନ ବ୍ୟବସ୍ଥାକୁ କ୍ରିୟାଶୀଳ କରିବାକୁ ଆରମ୍ଭ ହୋଇଛି ଆମ ଶାସନ ବ୍ୟବସ୍ଥା । ସରକାରୀ କାର୍ଯ୍ୟକ୍ରମ, ଯୋଜନା ସମ୍ପର୍କରେ ଲୋକଙ୍କ ସିଧାସଳଖ ମତ ନେବେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ପ୍ରାଶାସନିକ ଅଧିକାରୀ । ଉଭୟ ଅନଲାଇନ୍ ଓ ଅଫଲାଇନ୍ ପ୍ଲାଟଫର୍ମରେ ଲୋକେ ମତାମତ ଦେଇପାରିବେ । ଏଥିପାଇଁ ହ୍ବାଟ୍ସଆପ୍ ଚାଟବର୍ଟ ନମ୍ବର-୭୪୦୦୨୨୧୯୦୩ ଜାରି କରାଯାଇଛି । ଏହା ସହିତ ଟୋଲ ଫ୍ରି ନମ୍ବର-୧୪୪୭୧ ଜରିଆରେ ନିଜର ଅଭିଯୋଗ ଓ ପରାମର୍ଶ ଦେଇପାରିବେ । ବର୍ତ୍ତମାନ ସୁଦ୍ଧା ଅନଲାଇନ୍ ଜରିଆରେ ସରକାର ୩୨ଟି ବିଭାଗର ୪୨୮ଟି ସେବା ଯୋଗାଇ ଦେଇଛନ୍ତି । ଆମ ଶାସନ କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟରେ ୮ ଟି ବିଭାଗର ମତାମତ ସଂଗ୍ରହ ଆରମ୍ଭ ହୋଇଛି । ୧୩ ଯୋଜନାକୁ ‘ଆମ ଶାସନ’ରେ ସାମିଲ କରାଯାଇଛି । ଆମ ଶାସନରେ ସ୍ବଚ୍ଛତା , ପାରଦର୍ଶିତା, ଦାୟିତ୍ବବୋଧ, ଓ ଉତ୍ତରଦାୟିତ୍ବ ଆଣିବା ପାଇଁ ଉଦ୍ୟମ ହୋଇଛି । ଆମ ଶାସନ ବ୍ୟବସ୍ଥା ଦ୍ବାରା ଅଧିକାରୀ ଓ ସରକାରୀ କର୍ମଚାରୀ ଆଉ ଲୋକଙ୍କୁ ଠକିପାରିବେନି । କୌଣସି ଅନିୟମିତତା କଲେ କିମ୍ବା ଲାଞ୍ଚ ମାଗିଲେ ଲୋକେ ସିଧାସଳଖ ହ୍ବାଟ୍ସଆପ୍ ନମ୍ୱର କିମ୍ବା ଟୋଲ ଫ୍ରି ନମ୍ବରରେ ଅଭିଯୋଗ କରିପାରିବେ ।