ରାତି ୧୦ଟା ବାଜିଲେ ସବୁ ଦୋକାନ ବଜାର ବନ୍ଦ, ନମାନିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୧୪/୦୨: ବରଗଡ଼ ସହରରେ ରାତି ୧୦ଟା ବାଜିଲେ ସବୁ ଦୋକାନ ବଜାର ବନ୍ଦ ହେବ। ଏନେଇ ଡାକବାଜି ଯନ୍ତ୍ର ସାହାଯ୍ୟରେ ପୌର ପରିଷଦ ପକ୍ଷରୁ ସହର ସାରା ଆନାଉନ୍ସ କରାଯାଇ ସଚେତନ କରାଯାଉଛି । ଯେଉଁ ଦୋକାନୀ ଏହାର ଖିଲାପ କରିବେ, ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ଏବଂ ସମ୍ପୃକ୍ତ ଦୋକାନକୁ ସିଲ୍‌ କରାଯିବ ବୋଲି ଚେତାବନୀ ଦିଆଯାଇଛି । ସାଧାରଣ ଜନତାଙ୍କ ସୁରକ୍ଷା, ଶାନ୍ତି ଶୃଙ୍ଖଳା ରକ୍ଷା କରିବା, ହିଂସା ଓ ନିଶା ମୁକ୍ତ କରିବା ପାଇଁ ପ୍ରଶାସନ ବିଭିନ୍ନ ପଦକ୍ଷେପ ଅବଲମ୍ବନ କରୁଛି । କିଛି ଦିନ ତଳେ ଜନଗହଳି ବସ୍ତି ତଥା ଡେଲି ମାର୍କେଟ ହାଟପଦା ଠାରେ ଦୁଇଜଣଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ହତ୍ୟା କରାଯାଇଥିଲା । ପରବର୍ତ୍ତୀ ସମୟରେ ବରଗଡ ସହର ଅଶାନ୍ତ ହୋଇପଡିଛି । ଏଥିସହ ପ୍ରତିଦିନ ବରଗଡ଼ ସହରର ବିଭିନ୍ନ ଜାଗାରେ ନିଶା କାରବାର ଚାଲୁଛି। ଲୁଟପାଟ୍‌, ରାହାଜାନି, ଡକାୟତି ଭଳି ବିଭିନ୍ନ ଅପରାଧ ପନ୍ଥା ଅବଲମ୍ବନ କରୁଛନ୍ତି ଦୁର୍ବୃତ୍ତ। ବରଗଡ ସହର କେମିତି ଶାନ୍ତି ପୁଣି ଫେରି ପାଇବ ସେନେଇ ପୋଲିସ ସହର ସାରା ଫ୍ଲାଗମାର୍ଚ୍ଚ କରୁଛି ।

Leave a Reply

Your email address will not be published. Required fields are marked *