ଭାରତ ଫେରିଲେ ସର୍ବଦଳୀୟ ପ୍ରତିନିଧିମଣ୍ଡଳୀର କିଛି ଟିମ, ଗସ୍ତ ସମ୍ପର୍କରେ ବୈଦେଶିକମନ୍ତ୍ରୀଙ୍କୁ ଦେଲେ ସୂଚନା

ନୂଆଦିଲ୍ଲୀ,୦୩/୦୬: ସର୍ବଦଳୀୟ ପ୍ରତିନିଧିମଣ୍ଡଳୀର କିଛି ଟିମ ଭାରତ ଫେରିଛନ୍ତି । ସ୍ବଦେଶକୁ ଆସିବା ପରେ ଆଜି ବୈଦେଶିକମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ଭେଟି ଗସ୍ତ ବାବଦରେ ସବିଶେଷ ତଥ୍ୟ ଦେଇଛନ୍ତି । କିଭଳି ବିଶ୍ବ ଦରବାରରେ ଅପରେସନ ସିନ୍ଦୂରର ସଫଳତା ବଖାଣିବା ସହ କିଭଳି ପାକିସ୍ତାନର ମୁଖା ଖୋଲିଛି ଭାରତ ସେହି ବାବଦରେ ବୈଦେଶିକମନ୍ତ୍ରୀଙ୍କୁ ଜଣାଇଛନ୍ତି । ଭାରତକୁ ସର୍ବଦଳୀୟ ପ୍ରତିନିଧିମଣ୍ଡଳୀ ଗ୍ରୁପ ଥ୍ରୀ ଫେରି ଆସିଥିବାବେଳ ଆଉ କିଛି ଟିମ ଗସ୍ତ ଜାରି ରଖିଛନ୍ତି । ଅନ୍ୟପଟେ ମାଲେସିଆ ଓ ଲଣ୍ଡନରେ ବାର୍ତ୍ତା ଜାରି ରଖିଛନ୍ତି ସଦସ୍ୟ ।

Leave a Reply

Your email address will not be published. Required fields are marked *